ଅଧିକ ତରଭୁଜ ଖାଉଛନ୍ତି କି?
by Argus News
Tue, Apr 30 | 1:06 p.m.

ଅର୍ଗସ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଶ୍ୱସ୍ତି ଦେଉଛି ତରଭୁଜ । ଖରା ଯେତେ ବଢେ ତାହାର ଚାହିଦା ମଧ୍ୟ ସେତେ ବଢେ । ଚାହିଦା ଯେତିକି ଲାଭ ବି ସେତିକି । ଆଉ ଏହି ଚାହିଦାକୁ ଦୃଷ୍ଟିରେ ରଖି ଅନେକ ବିକ୍ରେତା ଟଙ୍କା ରୋଜଗାର ପାଇଁ ନକଲି ତରଭୁଜ ବିକ୍ରି କରନ୍ତି। ଯାହା ଖାଇବା ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ।

ତରଭୁଜ ଯେତେ ନାଲି ସ୍ୱାଦିଷ୍ଟ। କିନ୍ତୁ ଆଜିକାଲି ରାସାୟନିକ ପଦାର୍ଥ ସାହାଯ୍ୟରେ ତରଭୁଜକୁ ନାଲି କରାଯାଉଛି। FSSAI ଅନୁଯାୟୀ ବଜାରରେ ଉପଲବ୍ଧ ତରଭୁଜରେ ରାସାୟନିକ ଏରିଥ୍ରୋସିନ୍ ମିଶା ଯାଉଛି। ଏହି ବିପଜ୍ଜନକ ରସାୟନିକ ରଙ୍ଗର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ହାନିକାରକ । 

ତେବେ ତରଭୁଜ ନକଲି କି ଅସଲି ଜାଣିବେ କିପରି?

FSSAI ଅନୁଯାୟୀ, ଆପଣ ତୁଳା କିମ୍ବା ଏକ ଟିସ୍ୟୁ ପେପର ମାଧ୍ୟମରେ ତରଭୁଜରେ ନକଲି ରଙ୍ଗ ମିଶିଛି ନା ନାହିଁ ଜାଣିପାରିବେ। ପ୍ରଥମେ ତରଭୁଜକୁ ଅଧା କରି କାଟି ଦିଅନ୍ତୁ । ଏହା ପରେ ତରଭୁଜର ନାଲି ଅଂଶ ଉପରେ ଟିସ୍ୟୁ ପେପରକୁ ଛାପି ଛାପି ଦିଅନ୍ତୁ। ଯଦି ପେପର ନାଲି ହେଉଛି ତାହେଲେ ତରଭୁଜରେ ରାସାୟନିକ ଏରିଥ୍ରୋସିନ୍ ମିଶା ଯାଇଛି।

ତେବେ ଏଥିରେ ମିଶୁଥିବା ଏହି ଏରିଥ୍ରୋସିନ୍ ଖାଇବା ଦ୍ବାରା ଝାଡ଼ା, ବାନ୍ତି,ପେଟ ଯନ୍ତ୍ରଣା ହେବା, ଭୋକ ନହେବା ଭଳି ସମସ୍ୟା ଦେଖାଯାଇଥାଏ। ଦୀର୍ଘ ସମୟ ଧରି ଏପରି ତରଭୁଜ ଖାଇବା ଦ୍ୱାରା ଥାଇରଏଡ ରୋଗ ମଧ୍ୟ ହୋଇପାରେ। ତେଣୁ କିଣିବା ସମୟରେ ସଚେତନ ରୁହନ୍ତୁ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

ଏମ୍ସରୁ ସୁସ୍ଥ ହୋଇ
4m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ
ରିଗିଂ ଅଭିଯୋଗ
17m ago
ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ
୪୭ନଂ ବୁଥରେ
31m ago
୪୭ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ। ବୁ