ରାଶିଫଳ କହୁଛି ସତର୍କ ରୁହ...
by Argus News
Mon, Apr 15 | 7:55 a.m.

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ ଜାଣିବାକୁ ଚାହୁଁଛନ୍ତି କି। ନଜର ପକାନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।

ମେଷ-
ନିଜର ଜୀବନ ସାଥିଙ୍କୁ ସମୟ ଦେବେ । କାର‌୍ୟ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ମିଳିବ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେ।ଇପାରେ । ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ । ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ
ବୃଷ-
ଜୀବନ ସାଥିଙ୍କୁ ମନ ପସନ୍ଦ ଉପହାର ଦେବେ । ରାଜନୀତିରେ ନିଜର ଦକ୍ଷତା ଅନୁସାରେ କୈାଣସି ଉଚ୍ଚ ପଦବୀ ମିଳିପାରେ ।  ବିଦ୍ୟାର୍ଥୀ ମାନେ ପଢାପଢି ପ୍ରସନ୍ନ ରହିବେ । ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ । ପୁରୁଣା ବନ୍ଧୁଙ୍କ ସହିତ ଦିନଟି ବିତାଇବେ । ମହିଳା ମାନେ ଅର୍ଥଲାଭ କରିବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ 
ମିଥୁନ-
ଆପଣଙ୍କ ଧ୍ୟାନ ଧର୍ମ କାର‌୍ୟ୍ୟରେ ଲାଗି ରହିବ । କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ସାମାଜିକ କାର‌୍ୟ୍ୟରେ ନିଜକୁ ନିଯୋଜିତ କରିବେ । ଛାତ୍ରଛାତ୍ରୀ ପରିକ୍ଷାରେ ଭଲ କରିବେ । ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ୱାନ ଆସିପାରେ । ଭାବୁଥିବା କାମକୁ ମନପ୍ରାଣ ଦେଇ ପୂରା କରିବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କର୍କଟ-
କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରି ଆପଣଙ୍କୁ ଉପହାର ଦେବେ । ମହିଳା ମାନେ ଧୈର‌୍ୟ୍ୟ ଧରି କାମ କରିଲେ କାର‌୍ୟ୍ୟରେ ବିଜୟଲାଭ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ପଢାରେ ଏକାଗ୍ରତା ରକ୍ଷା କରିବେ । ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର‌୍ୟ୍ୟ କରନ୍ତୁ
ସିଂହ-
ବ୍ୟବସାୟ ଆରମ୍ଭ କରିବାରେ ଭଲ ସମୟ ଆସିପାରେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସତର୍କ ରହି କାର‌୍ୟ୍ୟ କରିବେ ସୁଫଳ ମିଳିପାରେ । ଆମୋଦ, ପ୍ରମୋଦ ଭିତରେ  ଆଜି ଦିନ କଟିବ । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାଂସାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ
କନ୍ୟା-
ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ଆନୁଷ୍ଠାନିକ କ୍ଷେତ୍ରରୁ ଏବଂ କ୍ରୀଡ଼ା ଚଳଚ୍ଚିତ୍ର କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ଦୀର୍ଘଦିନରୁ ଲାଗିରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ
ତୁଳା-
ଲୋକ ସମର୍ଥନ ଥିବା କାରଣରୁ ଆପଣଙ୍କୁ ସମସ୍ୟା ମୁକ୍ତ କରାଇବାରେ ସହାୟକ ହେବେ। କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ  ସହିତ ସପଂର୍କ  ସ୍ଥାପନ କରିବ। ଫଳରେ ଆପଣଙ୍କର ବହୁତ ଲାଭ ହେବ । ମାଙ୍ଗଳିକ କାର‌୍ୟ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ  । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର  ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ 
ବିଛା-
ସ୍ୱାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରୁ ସୁଫଳ ପାଇବେ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । ଉତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି ।  ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାର‌୍ୟ୍ୟ ସହଯୋଗ ମିଳିବ । ନିଜର ଆଦର୍ଶ ପ୍ରତିଷ୍ଠା କରିବାରେ ସକ୍ଷମ ହେବେ । ବିରୋଧୀ ମାନେ କୈାଣସି କ୍ଷତି କରିପାରିବେ ନାହିଁ ତେଣୁ ସର୍ତକ ରହିବା ଆବଶ୍ୟକ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ଭଲ। ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ବିବ୍ରତ ହେବେ । ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ,  ନଚେତ୍ ହଜିଯିବା ସମ୍ଭାବନା ରହିଛି । ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ରୋଗ ସାମୟିକ ହେଲେ ମଧ୍ୟ, ସାଧାରଣ ଭାବେ ଶାରୀରିକ ଅବସ୍ଥା ଭଲ ରହିବ । ଯୋଜନା ନ ଥାଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ମହିଳା ମାନେ ସୁନା ଅଳଙ୍କାର କିଣିବା ଲାଗି ଭାବିବେ । ଶିକ୍ଷାକ୍ଷେତ୍ରରେ ଆଶାଜନକ ଭାବେ ଫଳ ପାଇବେ । ଜେଲରୁ ଜାମିନ୍ ମିଳିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । କର୍ମକ୍ଷେତ୍ରରେ ବନ୍ଧୁତା ରହିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇ ନେବେ । ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ । ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନାହିଁ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର:

CAR
7m ago
କାର ଭିତରେ ରଖନ୍ତୁନି ଏହି ଜିନିଷ, ଘଟିପାରେ ବିସ୍ଫୋରଣ
ଅର୍ଗସ ବ୍ୟୁରୋ: ଦିନକୁ ଦିନ ତାତି ବଢ଼ି ବମି ଚାଲିଛି। ଏଭଳି ସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ। ଯଦି ଆପଣ କାରରେ ବି ବାହାରକୁ ଯାଉଛନ୍ତି, ତେବେ ତଥାପି ବି ଆପଣ ସତର୍
NOSE
32m ago
ନାକରୁ ଅତି ଗରମରୁ ରକ୍ତ ବାହାରେ ତେବେ ...
ଅର୍ଗସ ବ୍ୟୁରୋ: ଗରମ ଦିନରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଆଉ ଅଧିକ ଗରମ ହେଲେ ନାକରୁ ରକ୍ତ ବାହାରି ଥାଏ । ତେବେ ଏହାକୁ କିପରି ରୋକି ପାରିବେ ଆସନ୍ତୁ ଜାଣିବା
ନିହଲପ୍ରସାଦ ନିକଟରେ
38m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ