ଆଜିର ରାଶିଫଳ: ସତର୍କ ରୁହ ଏହି ଦୁଇ ରାଶି
by Argus News
Wed, Apr 03 | 8:42 a.m.

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ...

ମେଷ-
ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର‌୍ୟ୍ୟ ହାସଲ କରିନେବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି  ହୋଇପାରନ୍ତି ।  ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ବୃଷ-
କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା  ପାଇଁ ସୁଯୋଗ ଆସିପାରେ । ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ବୃତ୍ତିରେ ଉନ୍ନତି ଆଣିବା ପାଇଁ ଅନେକ ସୁଯୋଗ ଉପଭୋଗ କରିବେ । ଆପଣଙ୍କର ପ୍ରେମ ଜୀବନ ଅଧିକ ରୋମାଞ୍ଚକର ହେବ । ସକରାତ୍ମକ ଫଳାଫଳ ଅନୁଭବ କରିବେ । ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବେ । ଯାନବାହନ ଓ ଗୃହଭୂମି ଲାଭ  ହୋଇପାରେ । କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ । ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଦିଗ ପ୍ରତି ଗତି କରି ପାରନ୍ତି । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ଆପଣ ସର୍ବଦା ନିଜର ଭବିଷ୍ୟତକୁ ଧ୍ୟାନରେ ରଖି କାର‌୍ୟ୍ୟ କରିବା ଉଚିତ ।  ଆପଣ ନିଜ ପାଇଁ କୌଣସି ସମ୍ପତ୍ତି ବିନିଯୋଗ କିମ୍ବା କ୍ରୟ କରିବେ । ରାଜନୈତିକ କ୍ଷେତ୍ରରେ ଟିକିଏ ଜଟିଳ ଆଡକୁ ଗତି କରିବ କିନ୍ତୁ ପରିମାଣ ବିଶେଷ କିଛି ଖରାପ ହେବ ନାହିଁ । ଶିକ୍ଷାର୍ଥୀ ମାନେ ସଫଳତା ଦିଗକୁ ଗତି କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉଦର ରୋଗରେ ଆକ୍ରାନ୍ତ ହେବେ ।  ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ । ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ । ଦ୍‌ୂର ଜାଗାକୁ ଭ୍ରମଣ ପାଇଁ ଯାଇ ପାରନ୍ତି । 
 ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ଆପଣଙ୍କର ଭାଗ୍ୟ ଆପଣଙ୍କ ସହିତ ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ସମନ୍ୱୟ ବିଘ୍ନ ଆଣିପାରେ କିନ୍ତୁ ପରିସ୍ଥିତି ଧୀରେ ଧୀରେ ଭଲ ରହିବ ।  ଶାରୀରିକ ସୁସ୍ଥତା ଫେରି ପାଇବେ । ବ୍ୟବସାୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବ । ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ବିଛା-
ପାରିବାରିକ ଜୀବନ ଦୁଃଖ-ସୁଖ ଲାଗି ରହିବ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ବ୍ୟବସାୟ  ସହିତ ଜଡ଼ିତ ଲୋକଙ୍କ ପାଇଁ ଭଲ ପରିସ୍ଥିତି ସୃଷ୍ଟି ହୋଇପାରେ ।  କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ଜମି , ଦଲାଲ୍ଙ୍କୁ ଯଥେଷ୍ଟ ଲାଭ  ମିଳିବ ।  ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ସାମାଜିକ ଜୀବନ ଉନ୍ନତତର ରହିବ । ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ସାମୟିକ ଖୁସୀ ରହିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 
କୁମ୍ଭ-
ଜୀବନସାଥୀଙ୍କ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖା ଦେଇପାରେ ।  ପରିବାରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ । ତିର୍ଥଯାତ୍ରାରେ ଦେବ ଦର୍ଶନ କରିପାରନ୍ତି । ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁଙ୍କ ସହିତ ମିଶି ଏକତ୍ର ଭୋଜନ କରିବେ । ପୈାତିକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ  ତୃତିୟ ବ୍ୟକ୍ତି ଲାଭବାନ୍ ହେବ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ପୂଜା କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର:

ନିହଲପ୍ରସାଦ ନିକଟରେ
1m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ
ଅମିତ ଶାହ
19m ago
ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି ଅମିତ ଶାହ , ବିଶାଳ ଜନସଭାକୁ କରିବେ ସମ୍ବୋଧନ
ଢେଙ୍କାନାଳ : ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଜନସଭାକୁ କରିବେ ସମ୍ବୋଧନ |ତେବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗା
ମତଦାନ
23m ago
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର