ଜନ୍ମ ହେଲା ମୁସଲମାନ ଶିଶୁ, ନାଁ ରହିଲା ରାମ ରହିମ
by Argus News
Mon, Jan 22 | 6:21 p.m.

ଅର୍ଗସ ବ୍ୟୁରୋ : ଶ୍ରୀରାମଙ୍କ ଆଗମନରେ ପ୍ରକମ୍ପିତ ଅଯୋଧ୍ୟା । ରାମ ଧ୍ବନୀରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ସହର । ଏହି ସମୟରେ ଉତ୍ତରପ୍ରଦେଶର ଫିରୋଜବାଦ ହସ୍ପିଟାଲରେ ଏକ ମୁଲମାନ ଶିଶୁ ଜନ୍ମ ହୋଇଛି । ଯାହାର ନାମ "ରାମ ରହିମ" ରଖିଛନ୍ତି ପରିବାର ଲୋକେ । ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ପ୍ରମାଣ କରିଦେଇଛି ପ୍ରଭୁ ଶ୍ରୀରାମଙ୍କ ଛତ୍ରଛାୟା ତଳେ ହିନ୍ଦୁ , ମୁସଲମାନ ସମସ୍ତେ ସମାନ । ଉଭୟ ମା ଏବଂ ଛୁଆ ସୁସ୍ଥ ଥିବା କହିଛନ୍ତି ହସ୍ପିଟାଲ ଇନଚାର୍ଜ ଡକ୍ଟର ନବୀନ ଜୈନ ।

ଅଧିକ ପଢନ୍ତୁ : ଏ ଦିବ୍ୟ ମୂହୁର୍ତ୍ତକୁ ପରିପ୍ରକାଶ କରିବା ଅସମ୍ଭବ

ତେବେ ଏହି ଶିଶୁପୁଅର ଜେଜେମା ହୁସନା ବାନୁ ତାର ଏପରି ନାମକରଣ କରିଛନ୍ତି । ସେ କହିଛନ୍ତି, ପ୍ରଭୁ ଆଗାମୀ ଦିନରେ ହିନ୍ଦୁ ମୁସଲିମ ଭିତରେ ଏକତା ସୃଷ୍ଟି କରିବାର ଏକ ଉଦାହରଣ ପାଲଟିବା ପାଇଁ ସେ ତାର ଏପରି ରାମକରଣ କରିଛନ୍ତି । ଆଜି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମୁହୁର୍ତ୍ତ । ତେଣୁ ଏପରି ପ୍ରତିଷ୍ଠା ଦିବସକୁ ସ୍ମରଣୀୟ ରଖିବା ପାଇଁ ଆମେ ଏପରି ନାମକରଣ କରିଛୁ । 

MODI
1m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
20m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ
PM
33m ago
ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳ