ଅଯୋଧ୍ୟାରେ ପ୍ରବଳ ଭିଡ, ମନ୍ଦିର ଭିତରେ ପଶିଲେ ଯବାନ
by Argus News
Tue, Jan 23 | 5:34 p.m.

ଅର୍ଗସ ବ୍ୟୁରୋ: ପ୍ରଭୁ ଶ୍ରୀରମଙ୍କୁ ଦେଖିବାକୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ । ଲମ୍ବା ଲମ୍ବା ଲାଇନରେ ଛିଡା ହୋଇ ରାମଙ୍କ ଦର୍ଶନରେ ଶ୍ରଦ୍ଧାଳୁ । ଏପରିକି ଦୁଇ ଘଣ୍ଟା ଠାକୁରଙ୍କ ଦର୍ଶନ ବି ବନ୍ଦ ରହିଥିଲା । 

ଏମିତି ଭିଡ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବି କାଠିଗର ପାଠ ହୋଇପଡିଛି । ଏହାରି ମଧ୍ୟରେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ବଢିଛି ସୁରକ୍ଷା ବ୍ୟବସ୍ଥା । ଯେପରି କିଛି ଅନୁବିଧା ନହେଉ ସେଥିପାଇଁ ATS ଓ RAF ଯବାନଙ୍କୁ ମନ୍ଦିର ଭିରକୁ ପଠାଯାଇଛି ।   

ଭିଡ ଯୋଗୁଁ ଯେପରି ମନ୍ଦିର ପରିସରରେ କୌଣସି ଅସୁବିଧା ନ ହେଉ ସେଥିପାଇଁ ATS ଓ RAF ଯାବନଙ୍କୁ ଚେକିଂ ପାଇଁ ପଠାଯାଇଛି । ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସକାଳୁ ଲୋକେ ନିଜ ପାଳିକୁ ଅପେକ୍ଷା କରିଛନ୍ତି । 

ଅଯୋଧ୍ୟାରେ ଭିଡ ନିୟନ୍ତ୍ରଣ କରିବାକୁ ଆଖପାଖ ଜିଲ୍ଲାରେ ବି ପୋଲିସ ଖୁବ ଆକ୍ଟିଭ୍ ହୋଇଯାଇଛି । ଅଯୋଧ୍ୟାରୁ 60 କିମି ଦୂରରୁ ପୋଲିସ ପ୍ରବଳ ଭିଡ ହେତୁ ଅଯୋଧ୍ୟା ନଯିବା ପାଇଁ ଲୋକଙ୍କୁ ନିବେଦନ କରୁଛନ୍ତି ।

ସେପଟେ ରାମଲାଲାଙ୍କ ଦର୍ଶନ ପାଇଁ ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭିଡ଼ । ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ମନ୍ଦିର ବାହାରେ ଜନ ସମୁଦ୍ର । କିଏ କେଉଁ ଦୂର ଦୂରାନ୍ତରୁ ଛୁଟି ଆସିଛନ୍ତି ରାମଲାଲାଙ୍କ ଦର୍ଶନ ପାଇଁ । ରାମଲାଲାଙ୍କ ଦର୍ଶନ କରି ମନ୍ତ୍ରମୁଗ୍ଧ ହେଉଛନ୍ତି ଶ୍ରଦ୍ଧାଳୁ । ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଛନ୍ତି ଯୁଗ-ପୁରୁଷୋତ୍ତମ । ଯାହାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।
କ'ଣ ଖାଇ ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

PM MODI
16m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
56m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ