ସାମ୍ନାକୁ ଆସିଲା ବାବା ଅମରନାଥଙ୍କ ପ୍ରଥମ ଫଟୋ
by Argus News
Sun, May 05 | 1:09 p.m.

ଅମରନାଥ ମନ୍ଦିର ହେଉଛି ହିନ୍ଦୁମାନଙ୍କର ସବୁଠୁ ପବିତ୍ର ମନ୍ଦିର ଭାବେ ମାନ୍ୟତା ପାଇଛି। ଏବଂ ଏହାସହିତ କାହିଁକେତେ କିମ୍ବଦନ୍ତୀରୁ ହିନ୍ଦୁମାନଙ୍କ ସହ ଯୋଡି ହୋଇଛି। ଏହି ମନ୍ଦିରକୁ ୫୧ ଶକ୍ତିପୀଠ ଭାବେ ସ୍ଥାନିତ କରାଯାଇଛି। ଏହା ଜମ୍ମୁ-କାଶ୍ମୀର ରାଜ୍ୟର ଶ୍ରୀନଗର ସହର ଉତ୍ତର-ପୂର୍ବ ଦିଗରେ ୧୩୫ କିମି ଦୂର ସମୁଦ୍ରପତ୍ତନଠାରୁ ୧୩,୬୦୦ ଫୁଟ ଉଚ୍ଚତାରେ ଏହ ଗୁମ୍ଫା ଅବସ୍ଥିତ। ହେଲେ ଆପଣ ଜାଣିଛନ୍ତି କି ବାବା ବର୍ଫାନୀ ଶିବଲିଙ୍ଗର ମାହାତ୍ମ୍ୟ। 

ଏହି ଗୁମ୍ଫା ପୁରା ବର୍ଷ ବାର ମାସ ବରଫରେ ଢାଙ୍କି ହୋଇ ରହିଥାଏ। ଏବଂ ବରଫ ଟୋପା ହୋଇ ପଥରରୁ ପଡ଼ି ଗୁମ୍ଫା ମଧ୍ୟରେ ଗୋଟିଏ ଶିବଲିଙ୍ଗ ଆକାର ତିଆରି ହୋଇଯାଏ। ଆଉ ଏହାପରେ ଶିବ ଭଗବାନ ଅମରନାଥ ଭାବେ ପୂଜା ପାଇଥାନ୍ତି। ଶୀତ ଋତୁରେ ତୁଷାରପାତ ସମୟରେ ପ୍ରତିବର୍ଷ ଶିବଲିଙ୍ଗର ରୂପ ନେଇଥାଏ। ଏବଂ ମେ'-ଜୁନ ମାସରୁ ଦୃଶ୍ୟମାନ ହୁଏ। ଏହିବର୍ଷ ମଧ୍ୟ ଶିବଲିଙ୍ଗ ଏହାର ରୂପ ନେଇଛନ୍ତି। ଏଥର ଶିବଲିଙ୍ଗ ପ୍ରାୟ ୮ ଫୁଟ ଉଚ୍ଚତାର ଅଟେ। ଅମରନାଥ ଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଅମରନାଥ ଗୁମ୍ଫାରେ ନିର୍ମିତ ଶିବଲିଙ୍ଗଙ୍କୁ ଦେଖିବାକୁ ଏବଂ ପୂଜା କରିବାକୁ ଆସିଥାନ୍ତି। ଚଳିତବର୍ଷ ଅମରନାଥ ଯାତ୍ରା ଜୁନ ୨୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ଯାତ୍ରା ପାଖାପାଖି ୫୦ ଦିନ ପର୍ଯ୍ୟନ୍ତ ଚାଲିବ। ଯାହାକି ୧୯ ଅଗଷ୍ଟ ରକ୍ଷାବନ୍ଧନ ଦିନ ସମ୍ପନ୍ନ ହେବ। 

ଏହିବର୍ଷ ଅମରନାଥ ଯାତ୍ରା ୨୯ ଜୁନରୁ ଆରମ୍ଭ ହେବ। ୫୦ ଦିନର ଏହି ଯାତ୍ରାର ପଞ୍ଜୀକରଣ ଏପ୍ରିଲ ୧୫ରୁ ଆରମ୍ଭ ହୋଇଛି। ଏହି ଯାତ୍ରା ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ। ଯେଉଁ ବି ଶ୍ରଦ୍ଧାଳୁ ଅମରନାଥ ଯାତ୍ରାରେ ଯିବାକୁ ଚାହୁଁଛନ୍ତି ଅଫିସିଆଲ ଓ୍ବେବସାଇଟ https://jksasb.nic.in ରେ ପଞ୍ଜୀକରଣ କରିପାରିବେ। ଏବର୍ଷ ୧.୫ ଲକ୍ଷରୁ ଅଧିକ ଭକ୍ତ ପଞ୍ଜୀକୃତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ପଞ୍ଚମ ପର୍ଯ୍ୟାୟ
8m ago
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କଲେ ବଲିଉଡ ସେଲିବ୍ରିଟି
ଅର୍ଗସ ବ୍ୟୁରୋ: ଆଜି ସକାଳୁ ପଞ୍ଚମ ପର୍ଯ୍ୟାନ ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟ୍‌ ଦେଉଛି ଦେଶ। ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକ
କାର
18m ago
ଖରାରେ ଛିଡା ହୋଇଥିବା କାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ
ନୂଆଦିଲ୍ଲୀ: ହୋଇପାରେ ବିସ୍ଫୋରଣ। ଖରାରେ ଛିଡା ହୋଇଥିବା କାରରେ ଯଦି ଏହି ୫ ଟି ଜିନିଷ ରଖୁଛନ୍ତି ତେବେ ଆପଣଙ୍କ କାରରେ ବିସ୍ଫୋରଣ ଘଟିପାରେ। ଏହି ୫ଟି ଜିନିଷକୁ କେବେବ
ଏମ୍ସରୁ ସୁସ୍ଥ ହୋଇ
34m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ