ତାତିରେ ଲାଗୁନି ବ୍ରେକ, ଆଜି ବି କଲବଲ କରୁଛି ଟାଣ ଖରା
by Argus News
Thu, May 02 | 12:43 p.m.

ଅର୍ଗସ ବ୍ୟୁରୋ : ତାତିରେ ଲାଗିବ ବ୍ରେକ । ବଦଳିବ ପାଗ । ଏମିତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ଖସିବର ସମ୍ଭାବନା ଥିବା ବେଳେ ଆଦ୍ରତା ଅଧିକ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । 

ସେପଟେ କିନ୍ତୁ ଆଭ୍ୟନ୍ତରିଣ ଏବଂ  ପଶ୍ଚିମ ଓଡ଼ିଶା ଜଳିବ ।  ମାତ୍ର ୫ ତାରିଖ ପରଠାରୁ ପୁରା ରାଜ୍ୟରେ କମିବ ତାପମାତ୍ରା । ଓଡ଼ିଶା ଉପରିଭାଗରେ ଏକ ଟ୍ରାପ ଲାଇନ ସହ ବାୟୁର ଗତି ପରିବର୍ତ୍ତନ କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ  କାଳବୈଶାଖୀ ଜନିତ ବର୍ଷା ହେତୁ କମିବ ତାତି । ସେପଟେ ଆଜି ରାଜ୍ୟର କୌଣସି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ନଥିବା ବେଳେ ଆଭ୍ୟନ୍ତରିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ସେପଟେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୦ଟପିଲା ୩ ସହରର ତାପମାତ୍ରା । ବାଲେଶ୍ବରରେ ସର୍ବାଧିକ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡା ଏବଂ କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ । ସେହିପରି ସମ୍ବଲପୁରରେ ୩୯.୭, ହୀରାକୁଦରେ ୩୯, ରାଉରକେଲାରେ ୩୮.୪ ଏବଂ ଭୁବନେଶ୍ବରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଗତକାଲି ଠାରୁ ଆଜି ଭୁବନେଶ୍ବରରେ ପାଣିପାଗ ସ୍ତିତି ଅଧିକ ଅସ୍ବାଭାବିକ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

PM
27m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
41m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍