ରାତି ପାହିଲାରୁ ବଢୁଛି ତାତି, ରେକର୍ଡ ଭାଙ୍ଗୁଛି ତାପମାତ୍ରା
by Argus News
Wed, May 01 | 7:27 a.m.

ଅର୍ଗସ ବ୍ୟୁରୋ : ରାତି ପାହିଲାରୁ ବଢୁଛି ତାତି । ଆକାଶରୁ ହେଉଛି ନିଆଁ ବର୍ଷା । ଗତକାଲି ବାରିପଦାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ତାତି । ୪୬.୬ ଡିଗ୍ରୀ ସେଲସିୟସ ସହ ବାରିପଦା ପାଲଟିଲା ବିଶ୍ବର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର । ବାଲେଶ୍ବରରେ ୪୬ ଡିଗ୍ରୀ ଓ ଭୁବନେଶ୍ବରରେ ୪୫.୪ ଡିଗ୍ରୀ ଛୁଇଁଲା ପାରଦ । ପାଣିପାଗ ବିଭାଗର ସତର୍କ ସୂଚନା । ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।

ପାଣିପାଗ ସଂସ୍ଥା ଓଗିମେଟ୍‌ ତଥ୍ୟ ଅନୁଯାୟୀ ବିଶ୍ବର ପ୍ରଥମ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ତିନିଟି ସହର ରହିଛି । ଓମାନର ଜୋବା ୪୯.୨ ସହିତ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ବାରିପଦା ଦ୍ବିତୀୟ, ବାଲେଶ୍ବର ତୃତୀୟ ଓ ଭୁବନେଶ୍ବର ଦଶମ ସ୍ଥାନରେ ରହିଛି । 

ଅଧିକ ପଢନ୍ତୁ ପାଣିପାଗ ଖବର

ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୬ ଡିଗ୍ରିରେ ପହଞ୍ଚିଥିଲା, ଯାହାକି ସର୍ବକାଳୀନ ରେକର୍ଡ । ଆଗରୁ ୨୦୧୦ ଏପ୍ରିଲ ୨୧ରେ ୪୬.୧ ଡିଗ୍ରି ରହିଥିଲା। ସେହିପରି ବାଲେଶ୍ବର ସହରର ତାପମାତ୍ରା ୪୬ ଡିଗ୍ରି ଛୁଇଁବା ସହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। କାରଣ ୨୦୧୦ ଏପ୍ରିଲ ୨୦ରେ ବାଲେଶ୍ବରର ତାପମାତ୍ରା ୪୫ ଡିଗ୍ରି ରହିଥିଲା । 

ନିର୍ବାଚନ ସମୟରେ
8m ago
ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ
ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବ
ଭୁଜାଲିରେ ହତ୍ୟା
17m ago
ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା
ବରଗଡ଼ : ବରଗଡ଼ରେ ନିର୍ବାଚନୀ ହିଂସା । ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲି ରେ ହତ୍ୟା । ବରଗଡ଼ ସଦର ଥାନା ସରସରା ଗାଁରେ ଭୁଜାଲି ରେ ଆକ୍ରମଣ କରି ବିଜେପି କର୍ମୀଙ୍କୁ ହତ୍ୟା । ମୃ
MILK TEA
28m ago
ଖାଲି କ୍ଷୀରରେ ଚା' ପିଅନ୍ତୁ ନାହିଁ ତେବେ ...
ଅର୍ଗସ ବ୍ୟୁରୋ: ଯଦି ଆପଣ ଚା ପିଇବାକୁ ଭଲ ପାଆନ୍ତି ତାହା ସହ ସକାଳ ଏବଂ ସନ୍ଧ୍ୟାରେ ଖାଲି କ୍ଷୀରର ଚା ପିଅନ୍ତି। ତେବେ ।CMR ର ଏହି ରିପୋର୍ଟ କଣ କୁହାଯାଇଛି ଜାଣନ୍ତୁ। ଯେଉଁଥିର