ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ପୁରୀରେ ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା
by Argus News
Sat, Apr 27 | 1:02 p.m.

ପୁରୀ : ପୁରୀରେ ଭକ୍ତଙ୍କ ପାଇଁ କରାଗଲା କାରପେଟର ବ୍ୟବସ୍ଥା ।  ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଡହ ଡହ ଖରାରେ କଲବଲ ହେଉଥିବା ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା କରିଛି ପ୍ରଶାସନ । ଉତ୍ତର ଦ୍ବାର ନିକଟରୁ ଏକ ସରୁ କାରପେଟ୍ ବିଛା ଯାଇଥିବାବେଳେ ସିଂହଦ୍ଵାର ବ୍ୟାରିକେଟ୍ ବାହାର ମଧ୍ୟ ଏକ କାରପେଟ୍ ବିଛା ଯାଇଛି । ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବାବେଳେ ଅଳ୍ପ କିଛି ଭକ୍ତ ଏଥିରେ ଉପକୃତ ହେଉଛନ୍ତି ।

ଅଧିକ ପଢନ୍ତୁ : ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର

ମାତ୍ର ପର୍ଯ୍ୟାପ୍ତ ପରିମାଣର କାରପେଟ୍ ବିଛା ଯାଇନଥିବାବେଳେ ପରିକ୍ରମା ପ୍ରକଳ୍ପରେ ମଧ୍ୟ କାରପେଟ୍ ବିଛାନଯିବା ଯୋଗୁଁ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ରାସ୍ତାରେ ଯାଉନାହାନ୍ତି । ଗତ କିଛି ଦିନ ତଳେ ପ୍ରଚଣ୍ଡ ଖରାରେ ଭକ୍ତ କିଭଳି ଅସୁବିଧା ଭୋଗୁଛନ୍ତି, ସେ ନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା । ଖରାରେ ଭକ୍ତଙ୍କ ପାଦ ଫୋଟକା ହେଉଥିବାରୁ ଦୌଡିଦୌଡି ଯିବାର ଦୃଶ୍ୟ ଦେଖାଇବା ପରେ ଚେତିଥିଲା ପ୍ରଶାସନ । 

ଦିଲ୍ଲୀ-ଏନସିଆରରେ
4m ago
ଦିଲ୍ଲୀ-ଏନସିଆରରେ ହିଟଓ୍ବେଭକୁ ନେଇ ଜାରି ହେଲା ରେଡ ଆଲର୍ଟ
ଅର୍ଗସ ବ୍ୟୁରୋ: ଦିଲ୍ଲୀ-ଏନସିଆର ସମେତ ପୁରା ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜ
GINGER-GARLIC
6m ago
ଆଦା ଓ ରସୁଣ ପେଷ୍ଟକୁ ଏପରି ରଖନ୍ତୁ ରହିବ ଅଧିକ ଦିନ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ଚାହାଁନ୍ତି କି ସମସ୍ତ କାମ ଜଲଦି । ସବଠୁ ବଡ କଥା ହେଉଛି କି ରୋଷେଇ କରିବା । ରୋଷେଇ କରିବା ସମୟରେ ମସଲାର ଆବଶ୍ୟ
ପାଣି ପାଇଁ ହାହା କାର
12m ago
ଫେଲ୍ ମାରିଛି ବସୁଧା ଯୋଜନା, ଡହଳବିକଳ ଦୁର୍ଗମବାସୀ
ମୟୂରଭଞ୍ଜ: ପାଣି ପାଇଁ ହା ହା କାର । ୫୦ପରିବାର ପାଇଁ ଗୋଟିଏ ନଳକୂପ, ସେ ବି ଖରା ଦିନେ ଦେଉଛି ଧୋକା । ଫେଲ୍ ମାରିଛି ବସୁଧା ଯୋଜନା । ପାଣି ପାଇଁ ଡହଳବିକଳ ହେଉଛନ୍ତ