ଓଡଗାଁ ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କଲେ ଜଜ୍
by Argus News
Fri, Apr 26 | 12:49 p.m.

ଅର୍ଗସ ବ୍ୟୁରୋ : ୨୦୧୯ ମସିହା ନୟାଗଡ଼ ଜିଲ୍ଲା ଓଡଗାଁ ବିଭତ୍ସ ଭାବରେ ଡ଼ବଲ ମର୍ଡର ଘଟଣା । ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ l ଅଭିଯୁକ୍ତ ଜଣକ ହେଲେ ଓଡଗାଁ ଥାନା କୁଶଢିପି ଗାଁର ଲଣ୍ଡା ଓରଫ ନିରଞ୍ଜନ ମଲ୍ଲୀକ l ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇବା ଘଟଣା ନୟାଗଡ଼ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି l ୨୦୧୯ ମସିହା ଜାନୁଆରୀ ୧୭ ତାରିଖ ରାତିରେ ଓଡଗାଁରେ ବିଭତ୍ସ ଭାବରେ ନିରଞ୍ଜନ ୨ଜଣଙ୍କୁ ହତ୍ୟା କରିଥିଲା l ଏହି ଘଟଣାରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ l

ଅଧିକ ପଢନ୍ତୁ ଓଡିଶା ଖବର

ସେଦିନ ରାତିରେ ଓଡଗାଁ ମାର୍କେଟରେ ଡ୍ୟୁଟି କରୁଥିବା ରାତି ଜଗୁଆଳି ଲୋଚନ ସେଠିଙ୍କୁ କାଠ ଫାଳିଆରେ ଆକ୍ରମଣ କରି ମାରିବା ପରେ ଓଡଗାଁ ସିନେମା ହଲ ନିକଟରେ ବଦନି ପ୍ରଧାନ ନାମକ ଜଣେ ମହିଳାଙ୍କୁ ଘରେ ପଶି ତାଙ୍କୁ ହତ୍ୟା କରିଥିଲା l ଏହି ଘଟଣାରେ ୨୭ ଜଣ ସାକ୍ଷୀ ଏବଂ ପୋଲିସ ତଦନ୍ତକୁ ଆଧାର କରି ଓଡଗାଁ କୋର୍ଟ ଏହି ରାୟ ଦେଇଛନ୍ତି l ଏହି ଘଟଣା ଏହି ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି l 

MODI
19m ago
ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି
CYCLONE ALERT
33m ago
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତ
LOK SABHA POLLS
49m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍