ଗୋଲାପ ଚାଷରୁ ବାର୍ଷିକ 5 ରୁ 6 ଲକ୍ଷ ଟଙ୍କା ରୋଜଗାର
by Argus News
Fri, Dec 22 | 7:17 p.m.

ବେଗୁନିଆ: ଫାର୍ମରେ ହସୁଛି ଗୋଲାପ ଫୁଲ । ଲାଲ-ହଳଦିଆ-ଧଳା ଗୋଲାପରେ ପୁରି ଉଠିଛି ଫାର୍ମ । ଯୁଆଡେ ଚାହିଁଲେ ଗୋଲାପ ଆଉ ଗୋଲାପ । ଏ କେବଳ ସମ୍ଭବ ହୋଇପାରିଛି ଯୁବଚାଷୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ପାଇଁ । ସାମ୍ପ୍ରତିକ ସମାଜରେ ସମସ୍ତେ ଚାକିରି ପଛରେ ଧାଉଁଥିବା ବେଳେ ଚାଷରେ ମନ ଲଗାଇ ସେ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଆଉ ତାଙ୍କ ଗୋଲାପ ଫୁଲର ରହିଛି ଢେର ଡିମାଣ୍ଡ । ବ୍ୟବସାୟୀ ବାହାର ରାଜ୍ୟ ଉପରେ ଭରସା କରିବା ପରିବର୍ତ୍ତେ ଆନନ୍ଦଙ୍କ ଠାରୁ ଫୁଲ ନେଇ କରୁଛନ୍ତି ବ୍ୟବସାୟ ।

ବାଲଟିରେ ସଜା ହୋଇଥିବା ଗୋଲାପ ଫୁଲ, ଯେତିକି ସୁନ୍ଦର, ଏହା ପଛରେ ଥିବା ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ ବି ସେତିକି ସଂଘର୍ଷମୟ । ଆଜିର ପ୍ରଗତିଶୀଳ ଦୁନିଆରେ ଚାକିରି ପଛରେ ନଦୌଡି ଗୋଲାପ ଫୁଲ ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏ ହେଉଛନ୍ତି ବୋଲଗଡର ସଫଳ ଯୁବ ଚାଷୀ ଆନନ୍ଦ ଚନ୍ଦ୍ର ସାହୁ । ଯିଏ କି ନିଜ ଉଦ୍ୟମ ବଳରେ କରିଛନ୍ତି ଗୋଲାପ ଚାଷ । ଗୋଲାପ ଚାଷରୁ ସେ ବାର୍ଷିକ 5 ରୁ 6 ଲକ୍ଷ ଟଙ୍କା ରୋଜଗାର କରିବା ସହ 4ଟି ପରିବାରକୁ କରାଇପାରିଛନ୍ତି ରୋଜଗାରକ୍ଷମ ।

ଉଦ୍ୟାନ ବିଭାଗ ସହାୟତାରେ ଏକ ଏକର ଯାଗାରେ ଗୋଲାପ ଚାଷ କରୁଛନ୍ତି ଆନନ୍ଦ । ଏଥିପାଇଁ ସେ 45ଲକ୍ଷ ଟଙ୍କା ବିନିଯୋଗ ମଧ୍ୟ କରିଛନ୍ତି । ପ୍ରତ୍ୟେକ ଫୁଲ ପିଛା ଦର 6ରୁ 10 ଟଙ୍କା ରହିଥିବା ବେଳେ ରାଜ୍ୟରେ ତାଙ୍କ ଗୋଲାପ ଫୁଲର ରହିଛି ବେଶ ଡିମାଣ୍ଡ । ଭୁବନେଶ୍ବର, ଖୋର୍ଦ୍ଧା,କଟକ ଓ ବଲାଙ୍ଗୀର ପରି ବିଭିନ୍ନ ସ୍ଥାନକୁ ଗୋଲାପ ପଠାଯାଉଥିବା କୁହନ୍ତି ଆନନ୍ଦ । ଫୁଲ ଚାଷ କରି ଆନନ୍ଦ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ଆଉ ତାଙ୍କ ବଗିଚାର ଗୋଲାପ ଫୁଲକୁ ଯିଏ ଥରେ ଦେଖିଛି ସେ ହିଁ ଜାଣିଛି ପ୍ରକୃତି କୋଳରେ ଗୋଲାପର ଚାଦର କେତେ ସୁନ୍ଦର । 

ବର୍ଷ ତମାମ ନାଲି ଗୋଲାପର ଚାହିଦା ଥିବା ବେଳେ ଅନନ୍ଦଙ୍କ ଫାର୍ମରୁ ବାହାରୁଥିବା ଏହି ସୁନ୍ଦର ଓ ସତେଜ ଗୋଲାପର ଚାହିଦା ଢେର ଅଧିକ । ସ୍ଥାନୀୟ ଫୁଲ ବ୍ୟବସାୟୀ ମାନେ ପୂର୍ବରୁ କଲିକତା ଓ ବ୍ୟଙ୍ଗଲୋରରୁ ଗୋଲାପ ଫୁଲ ଆଣୁଥିବା ବେଳେ ଏବେ ଆନନ୍ଦଙ୍କ ଠାରୁ ସତେଜ ଗୋଲାପ ନେଇ ବ୍ୟବସାୟ କରୁଥିବା କହିଛନ୍ତି ଫୁଲ ବ୍ୟବସାୟୀ । ଆଗାମୀ ଦିନରେ ସଂପୂର୍ଣ୍ଣ ଭାବେ ଜୈବିକ ପଦ୍ଧତିରେ ଫୁଲ  ଚାଷ କରିବା ପାଇଁ ଯୋଜନା କରିଛନ୍ତି ଆନନ୍ଦ । ଏଥିପାଇଁ ସରକାରଙ୍କ ସାହାଯ୍ୟ ଓ ସହଯୋଗ ଲୋଡିଛନ୍ତି ଆନନ୍ଦ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଅଂଶୁଘାତ
5m ago
ଛେଳି ଚରାଇବାକୁ ଯାଇଥିବାବେଳେ ଅଂଶୁଘାତରେ ଟଳିପଡିଲେ...
ସୁବର୍ଣ୍ଣପୁର: ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୀରମହାରାଜପୁର ଥାନା କମଲପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ କମଲପୁର ଗାଁ ର ରତ୍ନାକର ବେରିହା ଛେଳି ଚରାଇବାକ
ମତଦାନ
53m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର