ପଦ୍ମପୁରରେ ଶହ ଶହ ଚାଷୀଙ୍କ ମେଳି
by Argus News
Tue, Nov 07 | 12:57 p.m.

ବରଗଡ: ବରଗଡ ଜିଲ୍ଲା ପଦ୍ମପୁରରେ ବଡ ଚାଷୀ ସମାବେଶ । 14 ଦଫା ଦାବିରେ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଶହ ଶହ ଚାଷୀଙ୍କ ମେଳି ଦେଖିବାକୁ ମିଳିଛି । ଇନପୁଟ୍ ସବସିଡି, ବୀମା, ଜଳସେଚନ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗର୍ଜନ କରୁଛନ୍ତି ଚାଷୀ । ଦିନେ କି ମାସେ ନୁହେଁ ବର୍ଷେରୁ ଅଧିକ ସମୟ ହେଲା ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଉଛନ୍ତି ଚାଷୀ। 

ବରଗଡ଼ ପଦ୍ମପୁର ଚାଷୀଙ୍କୁ ସରକାରୀ ଧୋକା

୨୦୨୧ ମରୁଡ଼ି ଇନପୁଟ୍ ସବସିଡ ଓ ବୀମା ଟଙ୍କା ଏପର୍ଯ୍ୟନ୍ତ ପାଇ ନାହାନ୍ତି ପଦ୍ମପୁର ଚାଷୀ ।  ଉପନିର୍ବାଚନବେଳେ ମିଳିଥିଲା ପ୍ରତିଶ୍ରୁତି । ହେଲେ ସବୁ ଚାଷୀଙ୍କୁ ଦେଲନି ଟଙ୍କା । ୭୨ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହେଲା । ଅନେକ ଆନ୍ଦୋଳନ ପରେ ଚାଷୀଙ୍କ ପାଇଁ ଆସିଲା ୫୨ କୋଟିର ସହାୟତା । ହେଲେ ଅଭିଯୋଗ ୭ କୋଟି ସିନା ଫେରିଗଲା ହେଲେ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ସହାୟତା । ସେମିତି ବୀମା ରାଶି ଟଙ୍କା ଦେବାରେ ବି ଟାଳଟୁଳ ନୀତି କଲା ପ୍ରଶାସନ ।

ବରଗଡ଼ ଜିଲ୍ଲାରେ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ

ମଣ୍ଡି ଭିତ୍ତିଭୂମି ସଜଡ଼ା ହେଲାନି କି କଟନି ଛଟନିରୁ ଚାଷୀଙ୍କୁ ମିଳିଲାନି ତ୍ରାହି । ଏହା ସାଙ୍ଗକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ 2022 ମସିହା ନଭେମ୍ବର 1 ତାରିଖରୁ ଆରମ୍ଭ ହୋଇଥିଲା ଚାଷୀ ଆନ୍ଦୋଳନ । ସେତେବେଳେ ପଡ଼ିଥିଲା ପଦ୍ମପୁର ଉପନିର୍ବାଚନ । ଦାବି ପୂରଣ ନେଇ ସେତେବେଳେ ଶାସକ ଦଳ ଦେଲା ପ୍ରତିଶ୍ରୁତି କିନ୍ତୁ ଭୋଟ୍ ସରିବା ପରେ ସବୁ ଭୁଲିଗଲେ ସରକାର । ଏଣୁ ଆଜି ବଡ଼ ସମାବେଶ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି କୃଷକ ସଂଗଠନ ।
 

ଅଂଶୁଘାତ
19m ago
ଛେଳି ଚରାଇବାକୁ ଯାଇଥିବାବେଳେ ଅଂଶୁଘାତରେ ଟଳିପଡିଲେ...
ସୁବର୍ଣ୍ଣପୁର: ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୀରମହାରାଜପୁର ଥାନା କମଲପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ କମଲପୁର ଗାଁ ର ରତ୍ନାକର ବେରିହା ଛେଳି ଚରାଇବାକ
ମତଦାନ
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର