ଭଜନ କୀର୍ତ୍ତନ କରି ଅଭିନବ ଢ଼ଙ୍ଗରେ ଚାଷୀଙ୍କ ପ୍ରତିବାଦ 
by Argus News
Fri, Mar 22 | 2:07 p.m.

ବରଗଡ: ସରକାରୀ ଅଫିସରେ ଚାଲିଛି ଭଜନ କୀର୍ତ୍ତନ । ଭଜନ ଗୀତ ଗାଇ ମୃଦଙ୍ଗ ବଜାଇ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିନବ ଢ଼ଙ୍ଗରେ ଧାରଣା ଦେବା ସହ ପ୍ରତିବାଦ କରୁଛନ୍ତି ବରଗଡ଼ ଜିଲ୍ଲାର ସମସ୍ତ ଚାଷୀ ସଂଗଠନ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି । ଯାହାକୁ ନେଇ ଗତ ତାରିଖ ଠାରୁ ଆଜକୁ 10 ଦିନ ହେଲା ଚାଷୀ ମାନେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ।  

ମିଗଜୋମରେ ହୋଇଥିବା କ୍ଷୟକ୍ଷତି ଦାବି, ଇନପୁଟ୍ ସବସିଡ଼ି ଓ ବୀମା ଟଙ୍କା ପ୍ରଦାନ ଦାବିରେ ତେଜୁଛି ଚାଷୀ ଆନ୍ଦୋଳନ । ବର୍ତ୍ତମାନ ସୁଦ୍ଧା କୌଣସି ଅଫିସର ଆଲୋଚନା କରିବା ପାଇଁ ମଧ୍ୟ ଆସିନଥିବାରୁ ଚାଷୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ପୂର୍ବରୁ ଚାଷୀ, ବୀମା କମ୍ପାନୀ ଓ ଜିଲ୍ଲା ପ୍ରଶାସନ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ଓ ଚାଷୀଙ୍କୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ପ୍ରତାରଣା କରିଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ  ଇନପୁଟ୍ ସବସିଟି ଓ ବୀମା ଟଙ୍କା ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଅଂଶୁଘାତ
5m ago
ଛେଳି ଚରାଇବାକୁ ଯାଇଥିବାବେଳେ ଅଂଶୁଘାତରେ ଟଳିପଡିଲେ...
ସୁବର୍ଣ୍ଣପୁର: ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୀରମହାରାଜପୁର ଥାନା କମଲପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ କମଲପୁର ଗାଁ ର ରତ୍ନାକର ବେରିହା ଛେଳି ଚରାଇବାକ
ମତଦାନ
53m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର