ଘରେ ସ୍ତ୍ରୀ, 8 ବର୍ଷର ପୁଅ; ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ସ୍ୱାମୀ
by Argus News
Wed, May 08 | 1:01 p.m.

ଭଦ୍ରକ: ପୁଅର ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ କୋର୍ଟରେ ଅନ୍ୟ ଏକ ମହିଳାଙ୍କୁ ଦ୍ୱିତୀୟ ବିବାହ କରୁଥିବା ଜାଣି ବାପ ପୁଅକୁ ବିଚ ବଜାରରେ ଘୋଷାରି ଘୋଷାରି ଥାନାରେ ଜିମା ଦେଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବଜାରରେ । 

ବାସୁଦେବପୁର ବ୍ଲକ ଏଡ଼ଟାଲ ଗ୍ରାମର ବିଷ୍ଣୁମୋହନ ଜେନାଙ୍କ ପୁଅ ଅଜୟ ଜେନା ସହିତ ସେହି ଗ୍ରାମର ତୁଳସୀ ଜେନାଙ୍କୁ 10 ବର୍ଷ ତଳେ ବୈଦିକ ରୀତିରେ ବିବାହ ହେଇଥିଲା । ସେମାନଙ୍କର ଏକ 8 ବର୍ଷର ପୁଅ ରହିଛି । କିନ୍ତୁ ସ୍ବାମୀ ନିଜ ସ୍ତ୍ରୀ ର ଅଜାଣତରେ ଚାନ୍ଦିମାଳ ଅଞ୍ଚଳରେ ଗୋଟିଏ ସ୍ତ୍ରୀ ଲୋକ ସାଙ୍ଗରେ ଅନୈତିକ ସମ୍ପର୍କ ରଖିଥିଲେ । କିନ୍ତୁ ଏହି ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ସେ ତାର ପ୍ରଥମ ସ୍ତ୍ରୀଙ୍କୁ ଛାଡି ଚାନ୍ଦିମାଳ ଅଞ୍ଚଳର ଜୈନିକ ସ୍ତ୍ରୀ ଲୋକ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ମନ ସ୍ଥିର କରିଥିଲା । 

ଏ ବିଷୟରେ ପ୍ରଥମ ସ୍ତ୍ରୀ କିଛି ବି ଜାଣିନାହାନ୍ତି । କାହାକରିକୁ କିଛି ନ କହି କୋର୍ଟ ମ୍ୟାରେଜ୍ କରିବାକୁ ଯାଉଥିବା ସମୟରେ କୌଣସି ସୂତ୍ରରୁ ଅଜୟଙ୍କର ପ୍ରଥମ ସ୍ତ୍ରୀ ଏହି ବିବାହ ବାବଦରେ ଖଵର ପାଇଥିଲେ । ସେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ନିଜ ଶ୍ଵଶୁର ଓ ପୁଅଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଅର ଏହିଭଳି କାର୍ଯ୍ୟକୁ ଦେଖି ରାଗରେ ନିଜ ପୁଅକୁ ବିଚ୍ ରାସ୍ତାରେ ଘୋଷାଡି ଘୋଷାଡି ଆଣି ବାସୁଦେବପୁର ପୋଲିସରେ ଜିମା ଦେଇଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା । ଅପରପକ୍ଷରେ ଅଜୟ ଓ ଚାନ୍ଦିମାଳର ସମ୍ପୃକ୍ତ ମହିଳାଙ୍କ ପାଖରୁ ଏହି ଘଟଣା ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
 

ଆହୁରି ପଢନ୍ତୁ ଓଡିଶା ଖବର...

ଅଂଶୁଘାତ
4m ago
ଛେଳି ଚରାଇବାକୁ ଯାଇଥିବାବେଳେ ଅଂଶୁଘାତରେ ଟଳିପଡିଲେ...
ସୁବର୍ଣ୍ଣପୁର: ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୀରମହାରାଜପୁର ଥାନା କମଲପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ କମଲପୁର ଗାଁ ର ରତ୍ନାକର ବେରିହା ଛେଳି ଚରାଇବାକ
ମତଦାନ
52m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର