ଆହୁରି ୨ ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା
by Argus News
Tue, Apr 30 | 12:31 p.m.

ଅର୍ଗସ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର । ଆହୁରି 2 ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା। ମେ 1 ପର୍ଯ୍ୟନ୍ତ ପାଗରେ ହେବନି  ପରିବର୍ତ୍ତନ । ଆଗାମୀ 3 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଅଗାମୀ 24 ଘଣ୍ଟା ପାଇଁ ସିଭିୟର ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପକ୍ଷେ ୫ ତାରିଖରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାଵରେ ତାପମାତ୍ରା କମିବ ସମ୍ଭାବନା ରହିଛି। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। କିନ୍ତୁ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ରେଡ ଆଲର୍ଟ ରହିଛି। ୨ ତାରିଖ ପରଠୁ କମିବ ସିଭିୟର ହିଟ୍ ୱେଭ ସ୍ଥିତି ଯାହା ଫଳରେ ଦିନ ତାପମାତ୍ରାରେ ୨-୩ ଡ଼ିଗ୍ରୀ କମିବ। ଆଜି ଏବଂ ଆସନ୍ତା କାଲି ପର୍ଯ୍ୟନ୍ତ ରାଜ୍ୟରେ ହିଟ ୱେଭ ସ୍ଥିତି ଜାରି ରହିବ। ଗତ କାଲି ସର୍ବୋଚ୍ଚ ଦିନ ତାପମାତ୍ରା ବାରିପଦାରେ ୪୪.୮ ଦିଗ୍ରି ରେକର୍ଡ କରାଯାଇଛ। ୪୪ ଡିଗ୍ରୀ ଉପରେ ୪ ସହର ଥିବା ବେଳେ ୨୮ ସହର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । 

ଆଜି ଟ୍ଵିନ ସିଟି ଖୋର୍ଦ୍ଧା ଓ କଟକକୁ ଆଜି ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ମୟୁରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ମଧ୍ୟ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ଲଗାତାର 16 ଦିନ ଧରି ହିଟ ୱେଭ ସହ ଗ୍ରୀଷ୍ମପ୍ରବାହ ଜାରି ରହିଛି। 40 ରୁ 80% ପ୍ରତିଶତ ହୁମିଡ଼ିଟି ରହୁଛି । ଭୁବନେଶ୍ୱରରେ 50% ହୁମିଡ଼ିଟି ରହୁଛି । ପିକ ସମୟ ଦିନ 11 ଟାରୁ 3 ମଧ୍ୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। 

ଖରାରେ ବାହାରକୁ ଗଲେ ଓଦା ଗାମୁଛା ,ପାଣି ବୋତଲ ସହ, ଛତାର ବ୍ୟବହାର କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବିଶେଷ କରି ବୃଦ୍ଧା, ଗର୍ଭବତୀ ମହିଳା, ଶିଶୁଙ୍କୁ ବାହାରକୁ ପିକ ସମୟରେ ଖରାରେ ବାହାରକୁ ବାହାରିବାକୁ ବାରଣ କରିଛି ପାଣିପାଗ ବିଭାଗ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

PM
2m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
16m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
40m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍