ମେଡିକାଲ ପ୍ରବେଶିକା ପରୀକ୍ଷାରେ ବଡ ଗଡବଡ; ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା 
by Argus News
Tue, May 07 | 1:18 p.m.

ଭଦ୍ରକ:  NEET ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ସାଜି ପରୀକ୍ଷା ଦେବାରୁ 3 ଜଣ ଗିରଫ ।  ମେଡିକାଲ ପ୍ରବେଶିକା ପରୀକ୍ଷା NEET ରେ ଜାଲିଆତି କରି 3 ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । 

ସୂଚନା ଅନୁଯାୟୀ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ NEET ପରୀକ୍ଷା ହେଉଥିବାବେଳେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ପୋଲିସ ।  ମେ ମାସ 5 ତାରିଖରେ NEET ପରୀକ୍ଷା ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟକାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ୍ ମ୍ୟାଚ କରିନଥିଲା । ପରେ ପୋଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ ମୟୁରଭଞ୍ଜ ଅଞ୍ଚଳର ଶାଶ୍ୱତ ତ୍ରିପାଠୀ NEET ପରୀକ୍ଷା ଦେଇଥାନ୍ତେ । କିନ୍ତୁ ଅନ୍ୟ ଜଣେ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ । 

ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କୋଲକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତରାଜକୁ ଯୋଗାଯୋଗ କରିଥିଲେ । ଗରିବ ଶ୍ରେଣୀର ଛାତ୍ର ହୋଇଥିବାରୁ ମାତ୍ର 10 ଲକ୍ଷ ଟଙ୍କାରେ ପରୀକ୍ଷା ପାଇଁ ଡିଲ୍ ହୋଇଥିଲା । ତେବେ ଯାଞ୍ଚ ବେଳେ ପୋଲିସ 3 ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ 3 ଜଣ ଫେରାର ଅଛନ୍ତି । 

ଗିରଫଙ୍କ ମଧ୍ୟରେ ବିହାର ଅଞ୍ଚଳର ଅଙ୍କିତରାଜ, ମଧ୍ୟସ୍ଥି ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ ଗିରଫ ହୋଇଛନ୍ତି । 10 ଲକ୍ଷ ଟଙ୍କା ନେବା ନେଇ ବ୍ୟାଙ୍କରେ ତଦନ୍ତ ଆରମ୍ଭ ହୋଇଛି । ଅଧିକ ତଦନ୍ତ ପାଇଁ ପୋଲିସ ତଦନ୍ତ କରିବା ସହ ଆଉ ଯେଉଁ ମାନେ ଏଥିରେ ସାମିଲ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସଦର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

MODI
1m ago
ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି। ମହାପ୍ରଭୁଙ୍
CYCLONE ALERT
16m ago
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତ
LOK SABHA POLLS
32m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍