ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା
by Argus News
Sun, Apr 28 | 4:31 p.m.

ଅର୍ଗସ ବ୍ୟୁରୋ: ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)ରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ଜେକେ ଫ୍ରେଜର ମ୍ୟାକ୍‌ଗର୍କ ଧୂଆଁଧାର ବ୍ୟାଟିଂ କରିଛନ୍ତି। ସେ ୧୫ ବଲ୍‌ରେ ୫୦ ରନ୍ ସଂଗ୍ରହ କରିଥିବାବେଳେ ୨୭ ବଲ୍‌ ଖେଳି ୮୪ ରନ୍ ସଂଗ୍ରହ କରିଥିଲେ। ବଡ଼କଥା ଯେ ଆଇପିଏଲ ୨୦୨୪ରେ ଦୁଇଥର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୨ ବର୍ଷୀୟ ମ୍ୟାକଗର୍କ ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ରେ ୫ଟି ମ୍ୟାଚରେ ୨୪୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ରେଟ ରହିଛି ୨୩୭.୫। 

ଏହି ଖେଳାଳି ୨୦୨୩ ମସିହାରେ ଅଷ୍ଟ୍ରେଲିଆ ଘରୋଇ କ୍ରିକେଟରେ ୨୯ ବଲରେ ଶତକ ହାସଲ କରିଥିଲେ। ଏହା ସହ ସେ କ୍ରିକେଟର ଯେକୌଣସି ଫର୍ମାଟରେ ଦ୍ରୁତତମ ଶତକ ସ୍କୋର କରିବା ବ୍ୟାଟ୍ସମ୍ୟାନ୍ ହୋଇଥିଲେ। 

ତାଙ୍କ ପୂର୍ବରୁ ଏହି ରେକର୍ଡ କ୍ରିସ ଗେଲଙ୍କ ନାମରେ ଥିଲା, ଯିଏ ଆଇପିଏଲରେ ୩୦ଟି ବଲରେ ଶତକ ହାସଲ କରିଥିଲେ। ଦିନିକିଆ କ୍ରିକେଟରେ ଏବି ଡି ଭିଲିୟର୍ସ ୩୧ ବଲରେ ୧୦୦ ରନ୍ କରିଥିବାର ରେକର୍ଡ ରହିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

MODI
1m ago
ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି। ମହାପ୍ରଭୁଙ୍
CYCLONE ALERT
16m ago
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତ
LOK SABHA POLLS
32m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍