ତାତିରୁ ତ୍ରାହି; ଝିପିଝିପି ବର୍ଷାକୁ ଶୀତୁଳିଆ ପବନ
by Argus News
Tue, May 07 | 11:44 a.m.

ଭୁବନେଶ୍ୱର:  ରାଜ୍ୟରେ ବଦଳିଛି ପାଗର ମିଜାଜ । ରାଜ୍ୟର ଗଜପତି ଜିଲ୍ଲାର ୨ ଟି ସ୍ଥାନରେ ଗୋଶାଳୀ ଏବଂ ହୁମାରେ ପ୍ରବଳ ବର୍ଷା ହୋଇଛି । ପାଖାପାଖି ୭ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ୩୦ ଟି ସହରରେ ୧ ସେଣ୍ଟିମିଟରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ପାଇଁ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । 

ଏମିତିକି କିଛି କିଛି ସ୍ଥାନରେ ଝଡ଼ ତୋଫାନ ସହିତ ୪୦ ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି ।  ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ମୟୂରଭଞ୍ଜ, କେନ୍ଦୁଝର ବାଲେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡି ମାରିବା ସମ୍ଭାବନା ରହିଛି । 

ସେପଟେ  ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିବା ସହିତ ଆଜି ଟ୍ୱିନସିଟିରେ ବି  ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । 
ଅନ୍ୟପଟେ ପ୍ରଚଣ୍ଡ ତାତି ପରେ ଏବେ ମେଘୁଆ ପାଗ ଯୋଗୁଁ ଲୋକେ ଖୁବ ଆଶ୍ୱସ୍ତି ହୋଇଛନ୍ତି । ଶିତୁଳିଆ ପାଗକୁ ମନଭରି ଉପଭୋଗ କରୁଛନ୍ତି । ତାପମାତ୍ରା କମିଥିବାରୁ ମଣିଷଠୁ ପଶୁପକ୍ଷୀ ସମସ୍ତେ ଆଶ୍ୱସ୍ତ ।  

ଆହୁରି ପଢନ୍ତୁ ପାଣିପାଗ ଖବର...
 

MODI
9m ago
ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ
PM MODI
50m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ