ନାତିକୁ ମାରି ଲହୁଲୁହାଣ କରିଦେଲା ଅଜା
by Argus News
Sat, Apr 06 | 10:24 a.m.

ବାଲେଶ୍ବର : ନୃସଂଶତାର ସବୁ ସିନା ଟପିଗଲା ଅଜା । ମଣିଷ ସତରେ କଣ ଏତେ ନିଷ୍ଠୁର ହେଇ ପାରେ। ଏ ଘଟଣା  ଆପଣଙ୍କ ମନକୁ ଆନ୍ଦୋଳିତ କରିବ ।  କିଭଳି ଛୋଟ ପିଲାକୁ ତା ସମ୍ପର୍କିୟ ଅଜା ମୁହଁରେ ଏବଂ ଆଖିରେ ମାଡ଼ ଦେବା ସହିତ ଦୁଇ ଦିନ ହେବ ଘର ଭିତରେ ବନ୍ଦ କରି ରଖିଥିଲେ।  ନିଷ୍ପାପ କୋମଳମୋତି ଶିଶୁଟି କଣ ଏମିତିକା ଭୁଲ କରିଛି ଯେ ତାକୁ ଏତେ ଅମାନସିକତା ର ସହ ମାଡ ମାରିଛନ୍ତି। ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ ର କୈର୍ଦ୍ଦା ଗ୍ରାମର ଗୈରାଙ୍ଗ ଘୋଡ଼ାଇଙ୍କ ଭଣଜାର ସ୍ତ୍ରୀ ଏକ ବର୍ଷ ତଳେ ଛୋଟ ପିଲାଟିକୁ ଛାଡି କୁଆଡେ଼ ପଳାଇ ଯାଇଥିଲା । ଅଜା, ଆଇ ପାଖରେ ଦୁଇ ବର୍ଷ ର ନାତି ରହୁଆସୁ ଥିଲା । ଗତକାଲି ରାତିରେ ଛୋଟ ପିଲାଟି ବିଛଣାରେ ଝାଡା କରିଥିବାରୁ ଅଜା ରାଗ ରେ କୁନି ନାତି କୁ  ନିର୍ଧୁମ ମାଡ଼ ମାରିଥିଲେ । ଏବଂ ଦୁଇ ଦିନ ଧରି ଏକ ବନ୍ଦ କୋଠରୀ ରେ ରଖିଥିଲେ । ପିଲାଟି ଗୁରୁତର ହେବାରୁ ଗ୍ରାମବାସୀ ଏବଂ ସମ୍ପର୍କୀୟ ଆଈ କମର୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।

ଅଧିକ ପଢନ୍ତୁ : ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା

ପ୍ରାଥମିକ ଚିକିତ୍ସା ପରେ କୋମଳ ମତି ଶିଶୁକୁ ଗୁରୁତର ଭାବେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳେ କମର୍ଦା ପୋଲିସ ପହଂଚି ତଦନ୍ତ କରିବା ସହିତ ଶିଶୁବିଭାଗ ମଙ୍ଗଳ ଅଧିକାରୀ ଙ୍କୁ ଖବର ଦେଇଥିଲେ l ଅଭିଯୁକ୍ତ ଅଜାକୁ ପୋଲିସ ଅଟକ ରଖି ପଚାର ଉଚାର କରିଛି l ଅଭିଯୁକ୍ତ ଅଜାକୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l ଏଭଳି ମର୍ମସ୍ପର୍ଶୀ ଘଟଣା ସମଗ୍ର ଭୋଗରାଇ ଅଞ୍ଚଳରେ ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରିଛି l
 

MODI
1m ago
ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି। ମହାପ୍ରଭୁଙ୍
CYCLONE ALERT
16m ago
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତ
LOK SABHA POLLS
32m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍