ମୋବାଇଲକୁ ଆସୁଥିବା ଲିଙ୍କ୍ ଅସଲି ନା ନକଲି କେମିତି ଜାଣିବେ?
by Argus News
Fri, Apr 19 | 2:23 p.m.

ଅର୍ଗସ ବ୍ୟୁରୋ: ଆଜିକାଲି ସାଇବର କ୍ରାଇମ ବହୁତ ମାତ୍ରାରେ ବଢ଼ିବାକୁ ଲାଗିଲାଣି। କାହାକୁ କଲ କରି ସ୍କାମ କରାଯାଉଛି ତ ଆଉ କିଏ ମେସେଜ ମାଧ୍ୟମରେ ଠକାମିର ଶିକାର ହେଉଛି। ବର୍ତ୍ତମାନ ଏକ ଲିଙ୍କ ମାଧ୍ୟମରେ ଲୋକଙ୍କୁ ଚୂନା ମାରୁଛନ୍ତି ଦୂବୁର୍ତ୍ତ । ନିର୍ବାଚନ ପ୍ରଚାର ନାଁରେ ଲୋକଙ୍କ ମୋବାଇଲକୁ ଅନନୋନ ନମ୍ବରରୁ ଏକ ଲିଙ୍କ୍ ଆସୁଛି ଆଉ ସେହି ଲିଙ୍କରେ କ୍ଲିକ କଲେ ଆପଣଙ୍କ ଫୋନକୁ କ୍ଷତି ପହଁଞ୍ଚିବା ସହିତ ହ୍ୟାକ ହେବାର ସମ୍ଭାବନା ବହୁତ୍ ଅଧିକ। ଏହି ସ୍କାମରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଅସଲି ଆଉ ନକଲି ଲିଙ୍କ କଣ ଜାଣିବାକୁ ହେବ।

Virustotal ନାମକ ଏକ ୱେବସାଇଟ୍ ଅଛି, ଯେଉଁଠାରୁ ନକଲି ଲିଙ୍କ ଏବଂ ଇମେଲ ଯାଞ୍ଚ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ କିଛି ପଦକ୍ଷେପ ଅନୁସରଣ କରିବାକୁ ପଡିବ। 
ସର୍ବପ୍ରଥମେ ଆପଣ Virustotal ୱେବସାଇଟ୍ ଓପନ କରନ୍ତୁ ପରେ URL କୁ ଯାଇ Url File search ଅପ୍ସନ ବାଛନ୍ତୁ | ଏହାପରେ ଆପଣ ରିସିଭ କରିଥିବା ମେସେଜ ଏଠାରେ ପେଷ୍ଟ କରନ୍ତୁ। ଲିଙ୍କ କପି କରିବା ସମୟରେ ଡାହାଣ ପଟେ କପି ଲିଙ୍କ ବାଛନ୍ତୁ। ଏହା ପରେ, ୱେବସାଇଟ୍ ର URL ଅପ୍ସନ୍ କୁ ଯାଆନ୍ତୁ ଏବଂ କପି ହୋଇଥିବା ଲିଙ୍କ୍ ପେଷ୍ଟ କରି ଏଣ୍ଟର୍ କରନ୍ତୁ, ଏହାପରେ ଉକ୍ତ ଲିଙ୍କ୍ ର ବିଶ୍ଳେଷଣ ଆରମ୍ଭ ହେବ ଏବଂ ଆପଣ ଜାଣିପାରିବେ ଲିଙ୍କ୍ ଅସଲି ନା ନକଲି।

 

କିନ୍ତୁ ସବୁବେଳେ ମନେ ରଖିବା ଉଚିତ ଯେ କୌଣସି ବି ଅଜଣା ନମ୍ବରରୁ ଆସୁଥିବା କଲ ମେସେଜ ଏବଂ ଲିଙ୍କର କୌଣସି ରିପ୍ଲାଏ କରିବେନି କି OTP କାହା ସହିତ ସେୟାର କରିବେନି। 

ଅଧିକ ପଢ଼ନ୍ତୁ ଭାରତ ଖବର

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍