ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ ଲାଗିବ କଟକଣା: ଧର୍ମେନ୍ଦ୍ର 
by Argus News
Wed, May 08 | 7:30 p.m.

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ। ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ ଲାଗିବ କଟକଣା। ଲାଇସେନ୍ସ ଅନୁମତିଠାରୁ ୫୦୦ ଗୁଣା ଅଧିକ ମଦ ବିକ୍ରି କରୁଛନ୍ତି ମଦ ବେପାରୀ। ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି ସରକାର। ମଦ ଟଙ୍କାରେ ବିଜେଡି ନେତା ହେଉଛନ୍ତି ମାଲାମାଲ୍।  ଦେବଗଡ଼ ତିଲେଇବଣି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ  କଟକଣା ଲାଗିବ । ରାଜ୍ୟରେ ମାଆ, ଭଉଣୀଙ୍କ ଦୁଃଖ ସହି ହେବନି । ଦେଶୀ ମଦ ଉପରେ ବି କଟକଣା ଲାଗିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । 

ରାଜ୍ୟରେ ମଦ ବେପାରୀଙ୍କୁ ମଦ ବିକ୍ରି ପାଇଁ ଯେତିକି ଲାଇସେନ୍ସ ମିଳୁଛି, ତା ଠାରୁ ୫୦୦ ଗୁଣା ଅଧିକ ମଦ ବିକ୍ରି ହେଉଛି । ଯାହାଦ୍ବାରା ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି ସରକାର । ଆଉ  ମଦ ଟଙ୍କାରେ ବିଜେଡି ନେତା ହେଉଛନ୍ତି ମାଲାମାଲ୍ । ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରି ବି କହିଛନ୍ତି, ରାଜସ୍ବ ନାଁରେ ଦୁର୍ନୀତି କରି କୋଟି କୋଟି ଟଙ୍କା ଲୁଟ୍ କରିବା ପାଇଁ ମାଆ, ଉଭଣୀଙ୍କ ଉପରେ ହେଉଥିବା ଅତ୍ୟାଚାର ଆଉ ବଢିବ ନାହିଁ ।  ତଥ୍ୟ ଅନୁସାରେ, 2010-12 ଆର୍ଥିକ ବର୍ଷରେ 1,094 କାଟି ରାଜସ୍ବ ସଂଗ୍ରହ ହୋଇଥିବା ବଳେ, 2022-23 ଆଥିକ ବର୍ଷ ସୁଦ୍ଧା ଏହା 6,455 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ 490% ବୃଦ୍ଧି ପାଇଛି ମଦରୁ ରାଜସ୍ବ । ହେଲେ ୨୫ ବର୍ଷର ସ୍ଥିର ବିଜେଡି ସରକାର ଯୁବକଙ୍କୁ ଚାକିରି ଖଣ୍ଡେ ଯୋଗାଇବା ବଦଳରେ ମଦର ବଶବର୍ତ୍ତୀ କରୁଛି । ପଥଭ୍ରଷ୍ଟ ହେଉଛନ୍ତି ଯୁବପୀଢୀ । ସେଥିପାଇଁ ରାଜ୍ୟରେ ବିଜେପି ସରକାର ଆସିଲେ ମଦ ଉପରେ କଟକଣା ଲାଗିବ ସହ ମାଆ, ଉଭଣୀଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ  ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

MODI
14m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ
PM
27m ago
ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳ
PRIME MINISTER
36m ago
ଜୟନ୍ତଙ୍କୁ ପାଖକୁ ଡାକି କଣ କହିଲେ ପ୍ରଧାନମନ୍ତ୍ରୀ ?
ଅର୍ଗସ ବ୍ୟୁରୋ: ଜୟନ୍ତ ଷଡଙ୍ଗୀଙ୍କୁ କଣ କହିଲେ ମୋଦି ? ପାଖକୁ ଡାକିଲେ ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ କିଛି କହୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି