ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ
by Argus News
Wed, May 08 | 8:07 p.m.

ଅର୍ଗସ ବ୍ୟୁରୋ: କୋଷ୍ଟାଲ ହାଇୱେରେ ନିଜେ ପ୍ରତିବନ୍ଧକ ସାଜି ଦୋଷ ଲଦିଲେ କେନ୍ଦ୍ର ମୁଣ୍ଡରେ । BSKY ବନ୍ଦ କରିବା ବିଜେପିର ଏଜେଣ୍ଡା କହି ପୁଣି କହିଲେ ମିଛ 
ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା 2014ରେ । ତେବେ ଶାସ୍ତ୍ରୀୟ ମାନ୍ୟତା ପରେ ଓଡିଆ ଭାଷା ପାଇଁ ଟଙ୍କାଟିଏ ବି କେନ୍ଦ୍ର ସରକାର ଦେଇନାହିଁ ବୋଲି ପାହାନ୍ତିଆ ବରାଦି ସାମ୍ବାଦିକ ସମ୍ମିଳନୀରେ ଡାହା ମିଛ କହିଛନ୍ତି ଭୈରବ ପାଣ୍ଡିଆନ । 

ଏବେ ଦେଖନ୍ତୁ ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉତ୍ତର । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଅନ୍ୟ ଭାଷା ପରି 2020ରୁ ଲଗାତାର ଓଡିଆ ଭାଷାକୁ ଅନୁଦାନ ମିଳି ଆସୁଛି । ଏ ହେଉଛି ବର୍ଷ ୱାରୀ ହିସାବ । 2023-24ରେ ମାଲାୟଲମ ଠାରୁ ବି ଓଡ଼ିଆକୁ ଅଧିକ ଅନୁଦାନ ଆସିଛି । ଏ ତଥ୍ୟକୁ ଦେଖିବା ପରେ ପାଣ୍ଡିଆନଙ୍କ ପାଖରେ ଅଛି କି ଉତ୍ତର ?

ବିଧାନସଭାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଫେବୁଆରୀ 6ରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ବରରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର 2020ରୁ କାର୍ଯ୍ୟକ୍ଷମ ହୋଇସାରିଛି । ତେବେ ଏହି ଉତ୍କର୍ଷ କେନ୍ଦ୍ର ପାଇଁ 2014ରେ କେନ୍ଦ୍ର ଅନୁରୋଧ କରିବାର 5 ବର୍ଷ ପରେ ଅର୍ଥାତ 2019ରେ ରାଜ୍ୟ ସରକାର ଭୁବନେଶ୍ବରରେ ଜମି ଯୋଗାଇଥିଲେ । ସେହିପରି ଭୁବନଶ୍ବରରେ ଥିବା ଓଡ଼ିଆ ଭାଷା ଓ ସଂସ୍କତିର ଗବେଷଣା କେନ୍ଦ୍ର ଭାବେ ପରିଚିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଭିତ୍ତିଭୂମି ବିକାଶ ପାଇଁ 45 କୋଟି ଦେଇସାରିଛି । ଏନଡିଏ ଶାସନ ସମୟରେ ଓଡିଶାରେ କୌଣସି କେନ୍ଦ୍ରୀୟ ଅନୁଷ୍ଠାନ ହୋଇନି ବୋଲି ମିଛ କହିଛନ୍ତି ପାଣ୍ଡିଆନ । 

ଏବେ କୁହନ୍ତୁ ପାଣ୍ଡିଆନ ସତ କହୁଛନ୍ତି ନା ମିଛ ? କେବଳ ଆଇଆଇଏମ ନୁହେଁ ଭୁବନେଶ୍ବରର ଓ ଖୋର୍ଦ୍ଧାରେ 3ଟି ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ, ବ୍ରହ୍ମପୁରରେ ଆଇଜର, ପୁରା ଓଡିଶାରେ 21 କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ବରରେ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ପରି ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଏହି 10 ବର୍ଷରେ ହୋଇଛି । କୋଷ୍ଟାଲ ହାଇୱେର ଗତିପଥ ବାରମ୍ବାର ପରିବର୍ତ୍ତନ କରିବା ଓ ଲୋକଙ୍କୁ ଲଗାଇ ବିଜେଡି ନେତାଙ୍କ ଆନ୍ଦୋଳନରେ ପାଣ୍ଡିଆନ ବନିଥିଲେ ସୁତ୍ରଧର କର୍ମଚାରୀ ବଦଳରେ କରିଥିଲେ କର୍ମୀର କାମ । ସଂସଦର ପଟଳର ବିଜେଡିର ଅଧିକୃତ ବକ୍ତା ଭାବେ ସାଂସଦ ପିନାକୀ ଓଡ଼ିଶାର ବିକାଶରେ ମୋଦି ବଡ଼ ଭୂମିକା ନେଇଥିବା କହି କରିଥିଲେ ଭୂରି ଭୂରି ପ୍ରଂଶସା କରିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

PM
29m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
54m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ