ବିଶ୍ଵର ଶ୍ରେଷ୍ଠ ୧୦ ମିଠା ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କଲା ରସମଲାଇ
by Argus News
Mon, Mar 18 | 4:07 p.m.

ଅର୍ଗସ ବ୍ୟୁରୋ: ଲୋକପ୍ରିୟ ଫୁଡ ଗାଇଡ୍ ଟେଷ୍ଟ୍ ଆଟଲାସ୍ ଦୁନିଆର ୧୦ଟି ଶ୍ରେଷ୍ଠ ଛେନାର ପ୍ରସ୍ତୁତ ମିଠା ତାଲିକା ପ୍ରକାଶ କରିଛି । ଛେନାରେ ଅନେକ ପ୍ରକାରର ମିଠା ପ୍ରସ୍ତୁତ କରାଯାଏ । ଏଥିରେ ପ୍ରଥମ ସ୍ଥାନ ପୋଲାଣ୍ଡର ସେର୍ନିକ୍ ମିଠା ଥିବାବେଳେ ଦ୍ୱିତୀୟ ସ୍ଥାନରେ ଭାରତର ରସମଲାଇ ରହିଛି ।

ରସମଲାଇ ସତେଜ ଛେନାରେ ତିଆରି କରାଯାଏ । କ୍ଷୀରକୁ ବହୁତ ସମୟ ଧରି ଫୁଟା ଯାଏ । ସେଥିରୁ ରାବିଡି ପ୍ରସ୍ତୁତ କରାଯାଏ । ପରେ ସେହି କ୍ଷୀରରେ ମିଠାକୁ ଭିଜାଇ ଦିଆଯାଏ । ସେଥିରେ ବାଦାମ, କେଶର ଓ ପିସ୍ତା ପକାଇ ସିଝା ଯାଇ ଥାଏ । ଏହି ମିଠା ସଵୁ ପୂଜା ପର୍ଵରେ ଘରକୁ ଆସିଥାଏ । ଘରେ ଘରେ ରସମଲାଇ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । 
ରସ ମଲାଇ ସାଧାରଣତଃ କ୍ଷୀର ଏବଂ ଛେନାରେ ପ୍ରସ୍ତୁତ କରାଯାଏ । ଏହି ମିଠାକୁ ୪.୪ ଷ୍ଟାର୍ ମିଳିଥିବା ବେଳେ ପୋଲାଣ୍ଡର ସେର୍ନିକକୁ ୪.୫ ଷ୍ଟାର୍ ମିଳିଛି । ପୋଲାଣ୍ଡର ସେର୍ନିକ୍ ଅଣ୍ଡା, ଚିନି ଏବଂ ତ୍ୱରୋଗରେ ପ୍ରସ୍ତୁତ କରାଯାଏ । ତ୍ୱରଗ ଏକ ପ୍ରକାର ଦହି ଛେନା । ଏହି ଛେନା ଖୁବ୍ ନରମ ଏବଂ ଏହା  ଜେଲି ପରି  ଏବଂ ଛୋଟ ଛୋଟ କଟା ଫଳରେ ସଜା ହୋଇଥାଏ ।

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍