" ୨୫ ବର୍ଷରେ ବାପାଙ୍କ ସ୍ବପ୍ନ ପୂରଣ କରିପାରିଲେନି ନବୀନ " - ସଜ୍ଜନ ଶର୍ମା
by Argus News
Wed, May 08 | 3:22 p.m.

ଅର୍ଗସ ବ୍ୟୁରୋ : ୨୫ ବର୍ଷ ହେଲାଣି ନବୀନ ବାବୁ ସ୍ଵପ୍ନ ଦେଖୁଛନ୍ତି ଯେ ଦେଖୁଛନ୍ତି ତାହା ପୂରଣ ହେଉନି । ଆଉ ପ୍ରତି ମୁହୂର୍ତ୍ତରେ ନବୀନ ବାବୁ କହୁଛନ୍ତି,ବିଜୁ ବାବୁଙ୍କୁ ସ୍ଵପ୍ନ ପୂରଣ ହେବ । ତାହାଲେ ବାପାଙ୍କ ସ୍ଵପ୍ନ ପୂରଣକୁ ଆଉ କେତେ ବର୍ଷ ଲାଗିବ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ବିଜୁ ବାବୁଙ୍କ ନୀତି ଆଦର୍ଶରେ ତିଆରି ହୋଇଥିବା ଏହି ଦଳ ଏବେ ତାଙ୍କ ନୀତି ଆଦର୍ଶରରୁ ବହୁତ ଦୂରରେ । କେବଳ ମିଥ୍ୟା ଭାଷଣ ମାରୁଛନ୍ତି ବିଜେଡି ନେତା ।ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ସଂକଳ୍ପ ପତ୍ର ଜାରି କରିଥିବା ବେଳେ ବିଜେଡି କାହିଁକି ଏପର୍ଯ୍ୟନ୍ତ ଜାରି କରିନି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସଜନ ଶର୍ମା । 

  • ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟେକ ଓଡିଆଙ୍କ ସମସ୍ୟା ସହ ଜଡିତ
  • ତାଙ୍କ ପ୍ରଚେଷ୍ଟାରେ ହୋଇଛି ଓଡିଶାର ଅନେକ ବିକାଶ 

ଧର୍ମେନ୍ଦ୍ର ୧୦ ବର୍ଷ କ୍ୟାବିନେଟରେ ମନ୍ତ୍ରୀ ରହିବା ଫଳରେ ଓଡିଶାର ପ୍ରତ୍ୟେକ ଲୋକଙ୍କ ସହ ଯୋଡି ହୋଇଛନ୍ତି । ଶିକ୍ଷାର ଉନ୍ନତି କ୍ଷେତ୍ରରେ, ଅନେକ ଶିଳ୍ପର ଉନ୍ନତି ପାଇଁ ସେ ଚେଷ୍ଟା କରିଛନ୍ତି ଆଉ କରି ଦେଖାଇଛନ୍ତି ମଧ୍ୟ ।ଆହୁରି ଅନେକ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ତୃତି ଦେଇଛନ୍ତି । ହେଲେ ୨୪ ବର୍ଷ ଶାସନରେ ଥିବା ବିଜେଡି ସରକାର ଏବେ ଯାଏଁ ଲୋକଙ୍କ ପାଣି ସମସ୍ୟାର ସମାଧାନ କରିପାରିନାହାନ୍ତି । ତେଣୁ ଏ ସରକାର ବଦଳିବାର ସମୟ ଆସିଛି ବୋଲି ଚେତାବନୀ ଦେଇଛନ୍ତି ସଜନ ଶର୍ମା । 
ବାଇଟ- ସଜନ ଶର୍ମା , ରାଜ୍ୟ ବିଜେପି ମୁଖପାତ୍ର

PM
27m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
41m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍