ସଲମାନ ଖାନ ପିନ୍ଧିଥିବା ପ୍ୟାଣ୍ଟକୁ ନେଇ ଚର୍ଚ୍ଚା 
by Argus News
Fri, Apr 26 | 7:54 p.m.

ନୂଆଦିଲ୍ଲୀ:  ଚର୍ଚ୍ଚାକୁ ଆସିବାକୁ ହେଲେ  ସଲମାନ ଖାନଙ୍କୁ କିଛି କରିବାକୁ ପଡେନି।  ତାଙ୍କର  ଗୋଟିଏ ଗୋଟିଏ  ଅଙ୍ଗଭଙ୍ଗୀ, ତାଙ୍କର ଟିକିଏ ଝଲକ ଆପେ ଆପେ  ଖବରକୁ ଆସିଯାଇଥାଏ। କେବେ  ନିଜ ବ୍ରେସଲେଟ୍‌ ପାଇଁ କେବେ ନିଜ ଜୋତା ପାଇଁ  ଆଉ କେବେ ନିଜ ହେୟାର ଷ୍ଟାଇଲ୍‌   ପାଇଁ  ଚର୍ଚ୍ଚାକୁ ଆସିଥାନ୍ତି ବଲିଉଡ୍‌ର  ସଲ୍ଲୁ ଭାଇ। ମୁମ୍ବାଇରେ ସଂଜୟ ଲିଲା ଭନଶାଲୀଙ୍କ ଓ୍ୱେବ ସିରିଜ ହୀରାମଣ୍ଡିରର ପ୍ରମିୟରରେ ସଲମାନଙ୍କୁ  ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା ।

ସଲମାନ ଖାନ ଗୋଟିଏ ପ୍ରିଣ୍ଟେଡ ପ୍ୟାଣ୍ଟ ପିନ୍ଧି  ଚର୍ଚ୍ଚାକୁ ଆସିଛନ୍ତି।  ସଳମାନ ପିନ୍ଧିଥିବା ପ୍ୟାଣ୍ଟ ଟି ଜାପାନ ସହ କନେକ୍ଟ ଥିବା କୁହାଯାଉଛି। ପ୍ୟାଣ୍ଟରେ ଥିବା କାର୍ଟୁନ ଏନିମେଶନସ ଦୁନିଆର ଷ୍ଟାର । ରଙ୍ଗିନ୍‌ ର  ପ୍ୟାଣ୍ଟ ଉପରେ  ସଲମାନ ଏକ ବ୍ଲାକ ରଙ୍ଗର ସାର୍ଟ ପିନ୍ଧିଥିଲେ ।  ତାଙ୍କର ଏହି ପ୍ୟାଣ୍ଟରେ ପପ କଲଚର   ସ୍ପଷ୍ଟ  ଦେଖାଯାଉଥିଲା।   ଫିଲ୍ମର ପ୍ରମିୟର ରାଜକୀୟ ଥିବା ବେଳେ ଏଠାରେ ବଡରୁ ବଡ ସେଲିବ୍ରିଟ ଭିନ୍ନ ଲୁକରେ ନଜର  ଆସିଥିଲେ । ଆଲିଆ ଭଟ୍ଟ କୁର୍ତ୍ତା ଓ ସରାରା  ପିନ୍ଧିଥିବା ବେଳେ ରଶ୍ମିକା ମନ୍ଦନା ସୁନ୍ଦର ଅନାରକଲିରେ ନଜରରେ ଆସିଥିଲେ । ଅନ୍ୟ ଷ୍ଟାର ମାନେ ମଧ୍ୟ ଭିନ୍ନ ଭିନ୍ନ ଲୁକରେ  ନଜର  ଆସିଥିଲେ ।  କିନ୍ତୁ ଏସବୁ ଭିତରେ ସଲମାନଙ୍କ ଲୁକ ସବୁଠୁ ନିଆରା ଥିଲା । ସଲମାନଙ୍କ ପ୍ୟାଣ୍ଟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ।  

 ଅଧିକ ପଢନ୍ତୁ  ମନୋରଞ୍ଜନ ଖବର 

PM
5m ago
ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳ
PRIME MINISTER
15m ago
ଜୟନ୍ତଙ୍କୁ ପାଖକୁ ଡାକି କଣ କହିଲେ ପ୍ରଧାନମନ୍ତ୍ରୀ ?
ଅର୍ଗସ ବ୍ୟୁରୋ: ଜୟନ୍ତ ଷଡଙ୍ଗୀଙ୍କୁ କଣ କହିଲେ ମୋଦି ? ପାଖକୁ ଡାକିଲେ ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ କିଛି କହୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
MODI
40m ago
ମହାପ୍ରଭୁଙ୍କୁ ଦର୍ଶନ କଲେ ମୋଦି, ଦର୍ଶନ କରିସାରିବା ପରେ ଆରମ୍ଭ କରିବେ ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପଞ୍ଚିଲେ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କ