ଜାହାଜମାନଙ୍କର ମୃତ୍ୟୁ ପରେ ଦିଆଯାଉଛି କବର
by Argus News
Sun, Nov 05 | 1:45 p.m.

ଅର୍ଗସ ବ୍ୟରୋ : ଜୀବନର ଏକ ବଡ ସତ୍ୟ ହେଉଛି  ଯିଏବି ଏ ଦୁନିଆରେ ଜନ୍ମ ନେଇଛି  ତାର ମୃତ୍ୟୁ ସୁନିଶ୍ଚିତ । ସେ ମଣିଷ ହୁଅନ୍ତୁ କି ଜୀବଜନ୍ତୁ ହୁଅନ୍ତୁ ଅବା ଉଦ୍ଭିଦ। ମଣିଷର ମୃତ୍ୟୁ ପରେ ତା ପରିବାର ଲୋକେ ତାଙ୍କୁ ଶ୍ମଶାନରେ ପୋଡିଦେଇଥା’ନ୍ତି କିମ୍ବା କବରରେ ପୋତି ଦେଇଥା’ନ୍ତି । ସେହିପରି ଇଂଲଣ୍ଡରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଜାହାଜମାନଙ୍କର ମୃତ୍ୟୁ ପରେ କବର ଦିଆଯାଏ । ଏହି କାରଣରୁ ଏହି ସ୍ଥାନକୁ ‘ଜାହାଜର କବରସ୍ଥାନ’ ମଧ୍ୟ କୁହାଯାଏ ।


 ଇଂଲଣ୍ଡର ଗ୍ଲୋସେଷ୍ଟରସାୟରର ସବର୍ନ ନଦୀ ନିକଟରେ ପର୍ଟନ ହଲ୍କସ ଅଛି । ଯାହା ଜାହାଜର କବରସ୍ଥାନ ଭାବରେ ବେଶ୍ ପରିଚିତ ।  ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସ୍ଥାନରେ ଥିବା ସମସ୍ତ ଜାହାଜ ଏବେ ପଥରରେ ପରିଣତ ହୋଇଯାଇଛନ୍ତି । ପ୍ରାୟ ୨୦୦ ବର୍ଷ ପୂର୍ବେ, ସବର୍ନ ନଦୀର ଏକ ଭାଗକୁ ପାର କରିବା ପାଇଁ ଗ୍ଲୋସେଷ୍ଟରସାୟର ଓ ଶାର୍ପନିସ ନାମକ ଦୁଇଟି ଅଞ୍ଚଳ ମଧ୍ୟରେ ଏକ କେନାଲ ଖୋଳା ଯାଇଥିଲା । ୧୮୨୭ ମସିହାରେ ଖୋଳା ଯାଇଥିବା ଏହି କେନାଲର ମୋଟେଇ ପ୍ରାୟ ୨୬ ମିଟର , ଗଭୀର ପ୍ରାୟ ୫.୫ ମିଟର ଥିଲା। ଏଥିରେ ପ୍ରାୟ ୬୦୦ ଟନ ଓଜନର ଜାହାଜ ରହିପାରୁଥିଲା । ୧୯୦୯ମସିହାରେ, ନଦୀର ସେହି କୂଳ ସମ୍ପୂର୍ଣ୍ଣ ଧୋଇ ହୋଇଗଲା । ଏହି ସମସ୍ୟାର ସମାଧାନ ପାଇଁ କେନାଲ ନିର୍ମାଣକାରୀ କମ୍ପାନୀର ମୁଖ୍ୟ ଇଞ୍ଜିନିୟର ଏକ ଯୋଜନା ପ୍ରସ୍ତୁତ କରିଥିଲେ । ପୁରୁଣା ଜାହାଜଗୁଡ଼ିକୁ ନଦୀ କୂଳରେ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ଯାହାଦ୍ୱାରା କେନାଲ ଏବଂ ନଦୀ ମଧ୍ୟରେ ଥିବା ଛୋଟ ଜମିକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରାଯାଇପାରିବ । 


ପରେ ସାର୍ପନେସ ଡାକ୍‌ରୁ ଡର୍ଜନେ ପୁରୁଣା ଜାହାଜକୁ ଅଣାଗଲା ଏବଂ ଜାହାଜଗୁଡିକରେ ଛିଦ୍ର ତିଆରି କରାଯାଇଥିଲା ଯାହା ଦ୍ୱାରା ବନ୍ୟା ଜଳରେ ଆସୁଥିବା ମାଟି ଜାହାଜରେ ଜମା ହୋଇଯିବ ଏବଂ  ଜାହାଜଗୁଡ଼ିକ ଭାରୀ ହୋଇଯିବ। ଫଳରେ ସେଗୁଡ଼ିକ ଜଳପ୍ରବାହକୁ ରୋକିବା ସହ ଭାସିଯିବେ ନାହିଁ । ଧୀରେ ଧୀରେ ଜାହାଜଗୁଡିକରେ ମାଟି ଜମି କଠିନ ହୋଇଗଲା । ଏବେ ବି ସେହି ଜାହାଜଗୁଡ଼ିକ ଦୀର୍ଘ ବର୍ଷ ଧରି ସେହି ସ୍ଥାନରେ ପଡ଼ି ରହିଛି । ସବର୍ନ ନଦୀ କୂଳରେ ବର୍ତ୍ତମାନ ପ୍ରାୟ ୮୦ଟି ଜାହାଜ ମୃତପ୍ରାୟ ଅବସ୍ଥାରେ ରହିଛି ।

ଅଧିକ ପଢନ୍ତୁ ପର୍ଯଟନ ଖବର...
 

ନିହଲପ୍ରସାଦ ନିକଟରେ
1m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ
ଅମିତ ଶାହ
19m ago
ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି ଅମିତ ଶାହ , ବିଶାଳ ଜନସଭାକୁ କରିବେ ସମ୍ବୋଧନ
ଢେଙ୍କାନାଳ : ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଜନସଭାକୁ କରିବେ ସମ୍ବୋଧନ |ତେବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗା
ମତଦାନ
23m ago
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର