ଆଉ ଲୋଡ଼ା ପଡ଼ିବନି କୀଟନାଶକ ଔଷଧ
by Argus News
Sat, Mar 02 | 6:35 p.m.

ବାଲେଶ୍ୱର: ମଶାରୀ ଭିତରେ ଲାଗିଛି ଧାଡିକି ଧାଡି ବାଇଗଣ ଗଛ । ୫୦ ଡିସମିଲ ଜମିରେ ୮୦୦ ବାଇଗଣ ଗଛ ଲଗାଇ ବେଶ୍ ଭଲ ଦି ପଇସା ରୋଜଗାର କରିପାରୁଛନ୍ତି ଏହି ଚାଷୀ । ଆଉ ସବୁଠୁ ବଡ କଥା ତାଙ୍କୁ ଚାଷରେ କୀଟନାଶକ ଦରକାର ପଡୁନି । ଗଛରେ ରୋଗ ପୋକ ପାଇଁ କୀଟନାଶକ ପ୍ରୟୋଗ ନକରି ନୂତନ ଜ୍ଞାନ କୌଶଳରେ ମଶାରୀ ଭିତରେ ପରିବା ଚାଷ କରିଛନ୍ତି ଏହି ଚାଷୀ।

ସୋର ବ୍ଲକ ମାଣତ୍ରୀ ପଂଚାୟତ ଗୋପାଳପୁର ଗାଁର ହୃଷିକେଶ ବାରିକ । ବୟସ 50 ବର୍ଷ ହେଲାଣି । ପିଲାଟି ଦିନରୁ ହୃଷିକେଶ ବାପାଙ୍କ ସହିତ ଚାଷ କରିବା ସହିତ ଚାଷର କୌଶଳ ଶିଖୁଥିଲେ । ପରବର୍ତ୍ତୀ ସମୟରେ ଧାନ ଚାଷ ସହିତ ପରିବା ଓ ଆଖୁଚାଷ କରିଥିଲେ । ଯେଉଁଥିରୁ ବାର୍ଷିକ ପ୍ରାୟ ୨-୩ ଲକ୍ଷ ଟଙ୍କା ସଞ୍ଚୟ କରିପାରୁଛନ୍ତି । ଜଣେ ଭଲ ଚାଷୀ ହିସାବରେ ଅଞ୍ଚଳରେ ବେଶ ପରିଚିତି ମଧ୍ୟ ଲାଭ କରିଛନ୍ତି ।

ପ୍ରତିବର୍ଷ ଚାଷରେ ବ୍ୟବହାର କରାଯାଉଥିବା କୀଟନାଶକ ପାଇଁ ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚଳିତ ବର୍ଷ ନିଆରା ଢଙ୍ଗରେ ବିନା କୀଟନାଶକ ବ୍ୟବାହାରରେ ଚାଷ କରିବା ପାଇଁ ମଶାରୀର ସାହାଯ୍ୟ ନେଇଛନ୍ତି । ୧୮ ହଜାର ଟଙ୍କା ବ୍ୟୟ କରି ୫୦ ଡିସମିଲ ଜାଗାରେ ବାଇଗଣ ଚାଷ କରିଛନ୍ତି । ମଶାରୀ ଯୋଗୁଁ ଚାଷ ହୋଇଥିବା ଜାଗାକୁ କୌଣସି ପୋକ କିମ୍ବା ମାଛି ମଶା ମଧ୍ୟ ପ୍ରବେଶ କରିପାରୁନାହାନ୍ତି । ଫଳରେ କୀଟନାଶକ ବ୍ୟବାହାର କରାଯିବ ନାହିଁ ବୋଲି ହୃଷିକେଶ ପ୍ରକାଶ କରିଛନ୍ତି । ତେବେ ଏପରି ଢଙ୍ଗରେ ଚାଷ କରି ବର୍ତ୍ତମାନ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି । 

ଏହି ପ୍ରାଣୀଳରେ କାକୁଡି,ପୋଟଳ,ଟମାଟୋ, କଲରା,ଆଖୁ ଓ ବାଇଗଣ ଆଦି ପରିବା ଚାଷ କରିବା ସହିତ ଉନ୍ନତ ମାନର ଫୁଲ ଚାଷ କରି ଭଲ ଦି ପଇସା ରୋଜଗାର କରୁଛନ୍ତି । 
ତାଙ୍କ କହିବା ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଅପେକ୍ଷା ନିଜ ବାଡ଼ିରେ ସଠିକ ଭାବେ ଚାଷ କଲେ ଜଣେ ଭଲ ରୋଜଗାର କରିପାରିବ । ଏଥିପାଇଁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳିଲେ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି । 
 

ଆଗାମୀ ୫ ଦିନ ରାଜ୍ୟରେ
7m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର
ହଳଦିଆ ତରଭୁଜ
10m ago
ଲାଲ ତରଭୁଜଠାରୁ ଦୁଇଗୁଣ ଅଧିକ ଲାଭଦାୟକ ହଳଦିଆ ତରଭୁଜ
ନୂଆଦିଲ୍ଲୀ: ସମର ସିଜନର ଫଳମାନଙ୍କ ମଧ୍ୟରେ ରାଜା ଆମ୍ବ। ଆମ୍ବ ସହିତ ଅନ୍ୟ ଏକ ଫଳ ହେଉଛି ତରଭୁଜ । ଯାହାକୁ ମଧ୍ୟ ଲୋକେ ମାନେ ଖୁବ ପସନ୍ଦ
ଋଣ ଭାର ସହି
12m ago
ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଚାଷୀ
ଅର୍ଗସ ବ୍ୟୁରୋ: ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା। ଋଣ ଭାର ସହି ନ ପାରି ପାଟଣାରେ ଆତ୍ମହତ୍ୟା କଲେ ଚାଷୀ । ବିଜେଡି ଶାସନରେ ବଢୁଛି ଚାଷୀ ଆତ୍ମହତ୍ୟା ଘଟଣା। ରାଜ୍ୟ ସରକାର କୃଷକ ମାନଙ୍କ ପାଇ