ମୃତ ଝିଅକୁ ଜୀବିତ କରିବାକୁ ମଶାଣିରେ ଚାଲିଛି ଝଡାଫୁଙ୍କା
by Argus News
Mon, Apr 08 | 11:28 a.m.

ବାଲେଶ୍ବର : ଆଜିବି ରହିଛି ଅନ୍ଧବିଶ୍ବାସ । ମୃତ ଶରୀରକୁ ଜୀବିତ କରିବା ପାଇଁ ଝଡାଫୁଙ୍କାରେ ବିଶ୍ବାସ କରୁଛନ୍ତି ଲୋକେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଗେଙ୍ଗୁଟିଆ ଗାଁରେ । ସୂଚନା ମୁତାବକ, ଏହି ଗାଁର ଜଣେ ବ୍ୟକ୍ତି ଶନିବାର ପରିବାର ସହିତ ଡଗରା ବରୁଣି ସ୍ନାନ କରିବାକୁ ଯାଇଥିଲେ , ସେଠାରୁ ଫେରିବା ପରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁଁ ତାଙ୍କର ୩ ବର୍ଷର ଝିଅ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲା । 

ଅଧିକ ପଢନ୍ତୁ : ନାତିକୁ ମାରି ଲହୁଲୁହାଣ କରିଦେଲା ଅଜା

ଝିଅକୁ ବଞ୍ଚାଇବା ପାଇଁ ଏହି ବ୍ୟକ୍ତି ଜଣକ ସେହି ଅଞ୍ଚଳର ଜଣେ ଗୁଣିଆର ସାହାଯ୍ୟ ନେଇଥିଲେ । ଗୁଣିଆ ଜଣକ ଝଡାଫୁଙ୍କା କରିବା ସହ ଲୋକଙ୍କ ଅଜାଣତରେ ମଶାଣିରେ ପୂଜାର୍ଚ୍ଚନା କଲେ ଜୀବିତ ହୋଇପାରିବ ବୋଲି କହିଥିଲେ । ତେଣୁ ଦୁଇଦିନ ଧରି ମଶାଣିରେ ପୂଜାର୍ଚ୍ଚନା କରିବା ସହ ଝଡାଫୁଙ୍କା କରି ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ଗୁଣିଆ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍