ସଲମାନଙ୍କ ଘର ଉପରେ ଫାଇରିଙ୍ଗ କରିଥିବା ଘଟଣାରେ ଜୀବନ ହାରିଲା ଅଭିଯୁକ୍ତ 
by Argus News
Wed, May 01 | 4:52 p.m.

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଘର ଉପରେ ଫାଇରିଙ୍ଗ କରିଥିବା ଘଟଣା ରେ ଏକ ବଡ ଖବର ସାମ୍ନାକୁ ଆସିଛି।  ଏହି ଗୁଳିକାଣ୍ଡ ଘଟଣାରେ  ଅନୁଜ ଥାପନ  ପୋଲିସ୍‌ ହେପାଜତରେ ଥିବାବେଳେ ଜୀବନ ହାରିବା ପାଇଁ ଚେଷ୍ଟା କରିଥିଲା।  ଏହା ପରେ  ଅଭିଯୁକ୍ତକୁ ଅସ୍ପିଟାଲକୁ ନିଆଯାଇଥିଲା।  ହସ୍ପିଟାଲରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ସୂଚନା।  ସୂଚନାମୁତାବକ, ଅଭିଯୁକ୍ତ ଅନୁଜ ଥାପାନକୁ ପଚରାଉଚରା ପାଇଁ ମୁମ୍ବାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ କ୍ରାଇମ ବ୍ରାଞ୍ଚ ଅଫିସ ଲକଅପ୍‌ରେ ରଖାଯାଇଥିଲା। ଏଠାରେ ହିଁ ସେ  ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲା। 
 ତେବେ ଏପ୍ରିଲ ୧୪ ତାରିଖ ଭୋରରୁ ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ ହୋଇଥିଲା।

ଦୁଇ ଜଣ ବାଇକ୍‌ରେ ଆସି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ। ଏହି ମାମଲରେ ପୁଲିସ ଧାରା ୩୦୭ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହାପରେ ଏପ୍ରିଲ ୧୬ ତାରିଖରେ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଗୁଜରାଟ ଭୁଜରୁ ଗିରଫ କରିଥିଲା। ଗୁପ୍ତା ବାଇକ୍‌ ଚଳାଉଥିବା ବେଳେ ପାଲ ସଲମାନଙ୍କ ଘରକୁ ଉପରକୁ ଗୁଳିମାଡ କରିଥିବା ଅଧିକାରୀମାନେ କହିଛନ୍ତି। ଏମାନଙ୍କୁ ଅନୁଜ ଥାପାନ ହିଁ ବନ୍ଧୁକ ଯୋଗାଇଥିଲା। ପୁଲିସ ପଞ୍ଜାବରୁ ଅନୁଜ ଥାପାନଙ୍କ ସମେତ ସୋନୁ ସୁଭାଷ ଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 
 

MODI
1m ago
ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି। ମହାପ୍ରଭୁଙ୍
CYCLONE ALERT
16m ago
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତ
LOK SABHA POLLS
32m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍