ଜେଲରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଚାଲିଗଲା ଅଭିଯୁକ୍ତ ଅନୁଜ ଥାପନଙ୍କ ଜୀବନ
by Argus News
Fri, May 03 | 4:29 p.m.

ଅର୍ଗସ ବ୍ୟୁରୋ: ବଲିଉଡ ଷ୍ଟାର ସଲମାନ ଖାନ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜେଲରେ ଥାଇ ଆତ୍ମହତ୍ୟା କରିଥିବା ସୁଟର ଅଭିଯୁକ୍ତଙ୍କ ବିଷୟରେ ଏକ ନୂଆ ତଥ୍ୟ ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା। କିନ୍ତୁ ଷ୍ଟାଫ କମ ଥିବାରୁ ଅଭିଯୁକ୍ତଙ୍କ ପ୍ରତି ଅବହେଳା ହୋଇଥିବାରୁ ଅଭିଯୁକ୍ତଙ୍କ ଜୀବନ ଚାଲିଯାଇଥିଲା। ୪୦ ମିନିଟରେ ହିଁ ସବୁ ଓଲଟପାଲଟ ହୋଇଯାଇଥିଲା। ତେବେ ଏହା ଜାଣିଶୁଣି କରାଯାଇଥିଲା କି କଣ। ସେନେଇ ଖୋଳତାଡ଼ ଜାରି ରଖିଥିଲା କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ ଅଭିଯୁକ୍ତ ଅନୁଜ ଥାପନ ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶୌଚାଳୟକୁ ନିଜେ ଯାଇଥିଲେ କିନ୍ତ ନିୟମ ଅଛି ଯେ, ଅଭିଯୁକ୍ତଙ୍କ ସାଥୀରେ ଜଣେ ପୋଲିସ ଗାର୍ଡ ନିହାତି ଯିବା ଦରକାର। ଅନୁଜ ଶୌଚାଳୟକୁ ଯାଇ ୪୦ ମିନିଟ ପର୍ଯ୍ୟନ୍ତ ହାଜତକୁ ଫେରି ନ ଥିଲେ।  ଏହାମଧ୍ୟ କାହାକୁ ଖବର ନ ଥିଲା। ଯଦି ୪୦ ମିନିଟ ଭିତରେ ତାଙ୍କୁ ଯଦି ପୋଲିସ କର୍ମଚାରୀ ଖୋଜିଥାଆନ୍ତେ ହୁଏତ ତାଙ୍କ ଜୀବନ ଆଜି ବଞ୍ଚିପାରଥାନ୍ତା। ତେବେ ଜେଲରେ ଥିବା ସୁରକ୍ଷାକର୍ମଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। 

ସୂଚନା ଥାଉକି, କିଛି ଦିନ ତଳେ ସଲମାନଙ୍କ ଘର ସମ୍ମୁଖରେ ଗୁଳିଗାଡ଼ ହୋଇଥିଲା। ଦୁଇ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଚାଲିଯାଇଥିଲେ। ଗୁଳିକାଣ୍ଡରେ ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ବାନ୍ଦ୍ରା ପୋଲିସ। ଏହାପରେ ସଲମାନଙ୍କ ଘରକୁ କଡ଼ାକଡ଼ି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍