ସମ୍ବଲପୁର କୁଞ୍ଜେଲପଡ଼ାରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
by Argus News
Wed, May 08 | 12:48 p.m.

ଅର୍ଗସ ବ୍ୟୁରୋ: ସମ୍ବଲପୁର କୁଞ୍ଜେଲପଡ଼ାରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ । ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ଆଶୀର୍ବାଦ କାମନା କଲେ । କହିଲେ ଲୋକଙ୍କ ମଧ୍ୟରେ ବିଜେପିକୁ ନେଇ ବହୁତ ଉତ୍ସାହ ଓ ସମର୍ଥନ ଅଛି । ପ୍ରଧାନମନ୍ତ୍ରୀ ଏବଂ ଦଳର ନେତୃତ୍ୱ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଛି । ମୋଦୀ ଗ୍ୟାରେଣ୍ଟି ଲୋକଙ୍କ ଜୀବନକୁ ସହଜ ଓ ସରଳ କରିଛି । 

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିକଶିତ ସମ୍ବଲପୁର ଓ ବିକଶିତ ଓଡ଼ିଶା ସାକାର ହୋଇ ପାରିବ ବୋଲି ସମସ୍ତଙ୍କ ଆଗାଢ ବିଶ୍ୱାସ ରହିଛି । ଐତିହାସିକ କୁଞ୍ଜେଲପଡାର ଜନମତ ଓଡ଼ିଶାରେ ବିଜେପି ସରକାରର ବଡ ସଙ୍କେତ ଦେଉଛି । 

ଏହି ପ୍ରଚାର କାଳରେ ଶ୍ରୀ ପ୍ରଧାନ କୁଞ୍ଜେଲପଡାରେ ମିଞ୍ଜୁ କାକାଙ୍କ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ସରସତିଆର ମଜା ନେଇଥିଲେ । କାର୍ଯ୍ୟକର୍ତ୍ତାଙ୍କ ସାଥୀରେ ଚାଉଳ ବରା ଖାଇବା ସହ କିଶୋର ଦଣ୍ଡସେନା ଭାଇଙ୍କ ଦୋକାନରୁ ଚା’ ପିଇଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

PM
11m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
36m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ