ଆସନ୍ତାକଲି ବୈଶାଖ ଅମାବାସ୍ୟ: ଅଜାଣତରେ ବି କରନ୍ତୁନି ଏହି ଭୁଲ, ନଚେତ ହେବ ଆପଣଙ୍କ କ୍ଷତି
by Argus News
Tue, May 07 | 7:36 p.m.

ଅର୍ଗସ ବ୍ୟୁରୋ: ବୈଶାଖ ଅମାବାସ୍ୟାକୁ ଦର୍ଶ ଅମାବାସ୍ୟା ବୋଲି କୁହାଯାଏ। ବୈଶାଖ ଅମାବାସ୍ୟାର ବହୁତ ମାହାତ୍ମ୍ୟ ରହିଛି। ଆମେ ଆଧୁନିକତାକୁ ଅନୁସରଣ କରୁଛେ ସତ। କିନ୍ତୁ ଆମ ଜୀବନ ସହିତ ତିଥି ନକ୍ଷତ୍ର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେବେ ଆମେ ଯେତେ ଚେଷ୍ଟା କଲେ ବି ଏଥିରୁ ମୁକୁଳି ପାରିବାନି। 
ଏହି ଦିନ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କୁ ଆରାଧନା କରାଯାଏ। ଚଳିତଥର ବୈଶାଖ ଅମାବାସ୍ୟା ମେ' ୮ ତାରିଖରେ ପାଳନ କରାଯିବ। ବୈଶାଖ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିକୁ ବୈଶାଖ ଅମାବାସ୍ୟା ଭାବେ ପାଳନ କରାଯାଏ। ବୈଶାଖ ଅମାବାସ୍ୟା ଦିନ ପ୍ରାତଃ କାଳରୁ ଉଠି ସ୍ନାନ ଦାନ ସହ ପିତୃପୁରୁଷଙ୍କୁ ତିଳ ତର୍ପଣ କରାଯାଏ। ଏହି ଦିନର ଆମ ଜୀବନରେ ବହୁ ମହତ୍ତ୍ବ ରହିଛି। ଆସନ୍ତୁ ଜାଣିବା ଏହି ଦିନ ଭୁଲରେ ବି ଏହି ସବୁ ଭୁଲ କରନ୍ତୁନି। ନଚେତ ଆପଣଙ୍କ ଜୀବନରେ ବଡ଼ ବିପଦ ଆସିପାରେ।

-ବୈଶାଖ ଦିନରେ ପ୍ରାତଃ କାଳରୁ ଉଠିବାକୁ ଚେଷ୍ଟା କରନ୍ତୁ। ବିଳମ୍ବରେ ଉଠନ୍ତୁ ନାହିଁ। ସକାଳୁ ଶୀଘ୍ର ଶେଯ ତ୍ୟାଗ କରି ସ୍ନାନ କରି ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ। 
-ଏହି ଦିନରେ ଆପଣ ଭୂଲରେ ବି ଆମିଷ ଖ୍ୟାଦ୍ୟ ଖାଆନ୍ତ ନାହିଁ କି କୌଣସ ମାଦକଦ୍ରବ୍ୟକୁ ଛୁଅନ୍ତୁ ନାହିଁ।
-ଆପଣ ଏହି ଦିନ ନିଜକୁ ସକରାତ୍ମକ ରଖନ୍ତୁ। ଏହାସହ କାହା ଉପରେ ଭୂଲରେ ବି ବିରକ୍ତ ଅୁଅନ୍ତୁନି ନଚେଚ ଭଗବାନଙ୍କ କୁଦୃଷ୍ଟି ଆପଣଙ୍କ ଉପରେ ପଡ଼ିପାରେ। 
-ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବୈଶାଖ ଅମାବାସ୍ୟା ଦିନ ଆପଣ ଭୂଲରେ ବି ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ। କାରଣ ଭଗବାନ ବିଷ୍ଣୁଙ୍କର ତୁଳସୀପତ୍ର ହେଉଛି ଅତିପ୍ରିୟ। ତେଣୁ ଏହି ଦିନ ତୁଳସୀ ପତ୍ର ଛିଡାଇବାରେ ବାରଣ ରହିଛି। 
-ଏହି ଅମାବାସ୍ୟାରେ ଆପଣ କଳାବସ୍ତ୍ର ପିନ୍ଧନ୍ତୁ ନାହିଁ। କଳାବସ୍ତ୍ର ପିନ୍ଧିବା ଦ୍ବାରା ଜୀବନରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

ମତଦାନ
30m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
40m ago
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର
ଆଗାମୀ ୫ ଦିନ ରାଜ୍ୟରେ
56m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର