ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ 
by Argus News
Wed, May 08 | 1:32 p.m.

କେନ୍ଦୁଝର: ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ । ଆନନ୍ଦପୁର ଭଦ୍ରକ ରାସ୍ତାକୁ ହାଟଡ଼ିହି ନିକଟରେ ରାସ୍ତା ଅବରୋଧ କରିଛନ୍ତି ଏଲକଣା ଓ ବର୍ଦ୍ଧନପୁର ଗ୍ରାମବାସୀ । ଗାଁକୁ ପକ୍କା ସଡ଼କ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ସରକାର ୩ ବର୍ଷ ତଳୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି । ଠିକାଦାର କାମ ଆରମ୍ଭ କରିଥିଲେ ବି କିଛି ନ୍ୟସ୍ତ ସ୍ବାର୍ଥ ଲୋକ ଏହି ରାସ୍ତାକୁ କରାଇ ଦେଉନାହାନ୍ତି । ଗତକାଲି ରାତିରେ କିଛି ଲୋକ ଠିକସଂସ୍ଥାର ମେସିନିକୁ ଭଙ୍ଗାରୁଜା କରିବା ସହ କାମ କରୁଥିବା ଠିକସଂସ୍ଥାର ଲୋକଙ୍କୁ ଘଉଡ଼ାଇ ଦେଇଛନ୍ତି । ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

MODI
10m ago
ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ
PM MODI
51m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ