୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ
by Argus News
Mon, Apr 29 | 1:41 p.m.

ଅର୍ଗସ ବ୍ୟୁରୋ :ଆଇପିଏଲର ୧୭ତମ ସଂସ୍କରଣରେ ଦେଖିବାକୁ ମିଳୁଛି ସୁପର ଫାଇଟ୍। କିଛି ଦିନ ପୂର୍ବରୁ ଲଗାତାର ମ୍ୟାଚ୍ ହାରୁଥିବା ରୟାଲ‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଗାତର ଦୁଇଟି ମ୍ୟାଚ୍ ଜିତିଛି।  ଏନେଇ ଆରସିବି ଫ୍ୟାନ୍ ଖୁସି ବ୍ୟକ୍ତ କରିଛନ୍ତି। ଏହି ଖୁସି ପଛରେ ରହିଛନ୍ତି ରନ୍ ମେସିନ ବିରାଟ୍ କୋହଲି। ଆଇପିଏଲରେ ଗର୍ଜୁଛି ବିରାଟଙ୍କ ବ୍ୟାଟ୍। ସେ ଆରେଞ୍ଜ କ୍ୟାପ୍ ହୋଲ୍ଡର ମଧ୍ୟ ରହିଛନ୍ତି । ଚଳିତ ସିଜିନରେ ସେ ଗୋଟିଏ ଶତକ ସହ ୪ଟି ଅର୍ଦ୍ଧଶତକ ମାରିଛନ୍ତି । ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳି ୭୧.୪୨ ହାରରେ ୫୦୦ ରନ୍ ସଂଗ୍ରହ କରିସାରିଛନ୍ତି। ମାତ୍ର ଏହା ସର୍ତ୍ତେ ମଧ୍ୟ କୋହଲିଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ସମାଲୋଚକ ପ୍ରଶ୍ନ ଉଠାଇଥିବାବେଳେ ସେ ସ୍ପିନରଙ୍କ ବିରୋଧରେ ଭଲ ଖେଳିପାରୁ ନାହାନ୍ତି ଓ ତାଙ୍କ ଷ୍ଟ୍ରାଇକ୍ ରେଟ୍ ନିମ୍ନ ମାନର ବୋଲି  ସୋସିଆଲ ମିଡିଆରେ ବିରାଟଙ୍କୁ ଟ୍ରୋଲ କରାଯାଇଥିଲା।

ଅଧିକ ପଢନ୍ତୁ : ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା

ମାତ୍ର ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ୧୬୦ ଷ୍ଟ୍ରାଇକ୍ ରେଟ୍ରେ ୭୦ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ ଓ ଆରସିବି ଏହି ମ୍ୟାଚକୁ ୯ ୱିକେଟ୍ ରେ ଜିତିନେଇଥିଲା। ଏହି ମ୍ୟାଚ୍ ଜିତି ସମାଲୋଚକ ମୁହଁବନ୍ଦ କରିଥିଲେ ବିରାଟ୍। ମ୍ୟାଚ୍ ଜିତାଇବା ପରେ ବିରାଟ୍ କହିଥିଲେ କ୍ରିକେଟରଙ୍କ କିଛି ଆତ୍ମସମ୍ମାନ ରହିଛି ସେଥିପାଇଁ ସେ ଖେଳୁଛନ୍ତି । ୧୫ ବର୍ଷ ହେଲା ଟିମରେ ରହି ମ୍ୟାଚ ଜିତାଉଛି ଏବଂ ଖେଳୁଛି ଆତ୍ମସମ୍ମାନ ପାଇଁ  ବୋଲି କହିଥିଲେ ଯାହା ଅନେକ ବରିଷ୍ଠ କ୍ରିକେଟରଙ୍କ ସମେତ ସମାଲୋଚକଙ୍କ ମୁହଁ ବନ୍ଦ କରିଛି।

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍