ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର
by Argus News
Wed, May 08 | 7:13 p.m.

ଭୁବନେଶ୍ୱର: ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ। ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର। ଶାସ୍ତ୍ରୀୟ ମାନ୍ୟତା ଅର୍ଥ ସତ୍ତ୍ବେ ଓଡ଼ିଆ ଭାଷାକୁ ଅବହେଳାର ଆଣିଲେ ମିଛ ଅଭିଯୋଗ। ଜଗନ୍ନାଥଙ୍କ ନାଁ ନେଇ ବିରୋଧୀଙ୍କୁ ମିଛ ଟାର୍ଗେଟ କରିବାକୁ ପଛେଇଲେ ନାହିଁ ବିଜେଡିର ଷ୍ଟାର ପ୍ରଚାରକ...କୋଷ୍ଟାଲ୍ ହାଇୱେ ଏବଂ BSKY ପ୍ରସଙ୍ଗରେ ବି କହିଲେ ଡାହା ମିଛ।  

 ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା 2014ରେ.. ତେବେ ଶାସ୍ତ୍ରୀୟ ମାନ୍ୟତା ପରେ ଓଡିଆ ଭାଷା ପାଇଁ ଟଙ୍କାଟିଏ ବି କେନ୍ଦ୍ର ସରକାର ଦେଇନାହିଁ ବୋଲି ପାହାନ୍ତିଆ ବରାଦି ସାମ୍ବାଦିକ ସମ୍ମିଳନୀରେ ଡାହା ମିଛ କହିଛନ୍ତି ଭୈରବ ପାଣ୍ଡିଆନ।  ରାଜ୍ୟସଭାରେ କେନ୍ଦ୍ର ସଂସୃତି ମନ୍ତ୍ରୀଙ୍କ  ଉତ୍ତର.. ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଅନ୍ୟ ଭାଷା ପରି 2020ରୁ ଲଗାତର ଓଡିଆ ଭାଷାକୁ ଅନୁଦାନ ମିଳି ଆସୁଛି । ଏ ହେଉଛି ବର୍ଷ ୱାରୀ ହିସାବ । 2023-24ରେ ମାଲାୟଲମ ଠାରୁ ବି ଓଡ଼ିଆକୁ ଅଧିକ ଅନୁଦାନ ଆସିଛି ।

ଏ ତଥ୍ୟକୁ ଦେଖିବା ପରେ ପାଣ୍ଡିଆନଙ୍କ ପାଖରେ ଅଛି କି ଉତ୍ତର ? ବିଧାନସଭାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଫେବୁଆରୀ 6ରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ବରରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର 2020ରୁ କାର୍ଯ୍ୟକ୍ଷମ ହୋଇସାରିଛି । ତେବେ ଏହି ଉତ୍କର୍ଷ କେନ୍ଦ୍ର ପାଇଁ 2014ରେ କେନ୍ଦ୍ର ଅନୁରୋଧ କରିବାର 5 ବର୍ଷ ପରେ ଅର୍ଥାତ 2019ରେ ରାଜ୍ୟ ସରକାର ଭୁବନେଶ୍ବରରେ ଜମି ଯୋଗାଇଥିଲେ । ସେହିପରି ଭୁବନଶ୍ବରରେ ଥିବା ଓଡ଼ିଆ ଭାଷା ଓ ସଂସ୍କତିର ଗବେଷଣା କେନ୍ଦ୍ର ଭାବେ ପରିଚିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଭିତ୍ତିଭୂମି ବିକାଶ ପାଇଁ 45 କୋଟି ଦେଇସାରିଛି। ଏନଡିଏ ଶାସନ ସମୟରେ ଓଡିଶାରେ କୌଣସି କେନ୍ଦ୍ରୀୟ ଅନୁଷ୍ଠାନ ହୋଇନି ବୋଲି ମିଛ କହିଛନ୍ତି ପାଣ୍ଡିଆନ।  ଅରୁଣ ଜେଟଲୀ ଅର୍ଥ ମନ୍ତ୍ରୀ ଥିବାବେଳେ ଓଡିଶାରେ ଆଇଆଇଏମ ପାଇଁ ହୋଇଥିବା ବ୍ୟୟବରାଦ କଥା ।

 କେବଳ ଆଇଆଇଏମ ନୁହେଁ ଭୁବନେଶ୍ବରର ଓ ଖୋର୍ଦ୍ଧାରେ 3ଟି ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ, ବ୍ରହ୍ମପୁରରେ ଆଇଜର, ପୁରା ଓଡିଶାରେ 21 କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ବରରେ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ପରି ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଏହି 10 ବର୍ଷରେ ହୋଇଛି । କୋଷ୍ଟାଲ ହାଇୱେର ଗତିପଥ ବାରମ୍ବାର ପରିବର୍ତ୍ତନ କରିବା ଓ ଲୋକଙ୍କୁ ଲଗାଇ ବିଜେଡି ନେତାଙ୍କ ଆନ୍ଦୋଳନରେ ପାଣ୍ଡିଆନ ବନିଥିଲେ ସୁତ୍ରଧର କର୍ମଚାରୀ ବଦଳରେ କରିଥିଲେ କର୍ମୀର କାମ...ସଂସଦର ପଟଳର ବିଜେଡିର ଅଧିକୃତ ବକ୍ତା ଭାବେ ସାଂସଦ ପୀନାକୀ ଓଡ଼ିଶାର ବିକାଶରେ ମୋଦି ବଡ଼ ଭୂମିକା ନେଇଥିବା କହି କରିଥିଲେ ଭୂରି ଭୂରି ପ୍ରଂଶସା। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

ନିର୍ବାଚନ ସମୟରେ
8m ago
ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ
ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବ
ଭୁଜାଲିରେ ହତ୍ୟା
17m ago
ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା
ବରଗଡ଼ : ବରଗଡ଼ରେ ନିର୍ବାଚନୀ ହିଂସା । ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲି ରେ ହତ୍ୟା । ବରଗଡ଼ ସଦର ଥାନା ସରସରା ଗାଁରେ ଭୁଜାଲି ରେ ଆକ୍ରମଣ କରି ବିଜେପି କର୍ମୀଙ୍କୁ ହତ୍ୟା । ମୃ
MILK TEA
28m ago
ଖାଲି କ୍ଷୀରରେ ଚା' ପିଅନ୍ତୁ ନାହିଁ ତେବେ ...
ଅର୍ଗସ ବ୍ୟୁରୋ: ଯଦି ଆପଣ ଚା ପିଇବାକୁ ଭଲ ପାଆନ୍ତି ତାହା ସହ ସକାଳ ଏବଂ ସନ୍ଧ୍ୟାରେ ଖାଲି କ୍ଷୀରର ଚା ପିଅନ୍ତି। ତେବେ ।CMR ର ଏହି ରିପୋର୍ଟ କଣ କୁହାଯାଇଛି ଜାଣନ୍ତୁ। ଯେଉଁଥିର