ଶିବଙ୍କୁ କାହିଁକି ଅଧିକ ଗରମ ହୁଏ?
by Argus News
Thu, Apr 25 | 10:47 a.m.

ଅର୍ଗସ ବ୍ୟୁରୋ : ଗରମରୁ ଆଉ ତ୍ରାହି ନାହିଁ। ଦିନକୁ ଦିନ ତାପମାତ୍ରା ବଢ଼ୁଛି ପଛେ କମିବାର ନାଁ ଧରୁନି। ସ୍ବୟଂ ଭଗବାନ ବି ସୂର୍ଯ୍ୟଙ୍କ ପ୍ରକୋପରୁ ବାଦ ପଡ଼ିନାହାନ୍ତି। ତାଙ୍କ ପାଇଁ ବି ଏ ଗରମ ଅସମ୍ଭାଳ। ସେଥିପାଇଁ ସିଏ ଲଗାତାର ୬୦ ଦିନ ଗାଧୋଉଛନ୍ତି । ଗୋଟିଏ କି ଦୁଇଟି ନଦୀ ନୁହେଁ ବରଂ ୧୧ଟି ନଦୀର ପାଣିରେ ଗାଧୋଉଛନ୍ତି ବାବା। ଏହା ବିଶ୍ବାସ ରହିଛି ଯେ ବାବାଙ୍କ ଶରୀର ଥଣ୍ଡା ହେଲେ ଆଉ କିଛି ରୋଗ ହେବନାହିଁ। ବାବାଙ୍କୁ ଯେତେ ଗରମ ହେବ ସେତେ ରୋଗରେ ପଡ଼ିବେ ଭକ୍ତ। ସେଥିପାଇଁ ବାବାଙ୍କୁ ଶୀତଳ କରିବାକୁ ନଦୀର ପାଣି ଢଳାଯାଏ। 

ମଧ୍ୟ ପ୍ରଦେଶ, ଉଜ୍ଜୈନରେ ଥିବା ବାବା ମହାକାଳେଶ୍ବର ଜୋର୍ତିଲିଙ୍ଗ ଧାମ ବିଶ୍ବପ୍ରସିଦ୍ଧ ଅଟେ। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମଣିଷ ଭଳି ତାଙ୍କର ସବୁ କର୍ମ ହୋଇଥାଏ। ତାଙ୍କୁ ଗରମ ବି ହୁଏ। ପୂଜାରୀଙ୍କ କହିବା ଅନୁସାରେ ସବୁ ଦେବତାଙ୍କଠୁ ଶିବଙ୍କୁ ଅଧିକ ଗରମ ହୁଏ କାରଣ ଶିବ ଏକ ମାତ୍ର ଭଗବାନ ଯିଏ ତାଙ୍କ କଣ୍ଠରେ ବିଷ ଧାରଣ କରିଥିଲେ। ସେଥିପାଇଁ ତାଙ୍କୁ ଅଧିକ ଗରମ ହୁଏ। ଆଉ ସେଥିପାଇଁ ସିଏ କୈଳାସରେ ବାସ କରନ୍ତି।

 

ବୈଶାଖ ମାସର ଆଗମନରୁ ଜ୍ୟେଷ୍ଠ ମାସର ଶେଷ ପର୍ଯ୍ୟନ୍ତ ଏହି ପରମ୍ପରା ଲାଗିରହିଥାଏ। ଏହି ଦୁଇ ମାସରେ ଗରମର ପ୍ରକୋପ ଅଧିକ ହୋଇଥିବାରୁ ବାବାଙ୍କୁ ଶାନ୍ତ କରିବା ପାଇଁ ତାଙ୍କ ମସ୍ତକ ଉପରେ ୧୧ଟି ନଦୀର ଜଳକୁ ୧୧ଟି ମାଠିଆରେ ରଖି ଅର୍ପଣ କରାଯାଇଥାଏ। ଏହି ନଦୀମାନେ ହେଲେ ଗଙ୍ଗା, ସିନ୍ଧୁ, ସରସ୍ୱତୀ, ଯମୁନା, ଗୋଦାବରୀ , ନର୍ମଦା, କାବେରୀ, ଶରାୟୁ , ଶିପ୍ରା ,ଗଣ୍ଡକୀ,। ବିଶ୍ବାସ ଯେ ସବୁ ତୀର୍ଥର ଜଳ ଭଗବାନଙ୍କ ଉପରେ ଚଢ଼ାଇବା ଦ୍ବାରା ସମସ୍ତଙ୍କ ମଙ୍ଗଳ ହୋଇଥାଏ।

ଆଜିଠାରୁ ବୈଶାଖ ମାସ ଆରମ୍ଭ ହୋଇଥିବାରୁ ଏହି ପରମ୍ପରା ଆରମ୍ଭ ହୋଇଛି। ଜୁନ ୨୨ ପର୍ଯ୍ୟନ୍ତ ଏହା ଲଗାତାର ବାବାଙ୍କ ମସ୍ତକରେ ପାଣି ସିଞ୍ଚନ କରିବ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର

ମତଦାନ
7m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
17m ago
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର
ଆଗାମୀ ୫ ଦିନ ରାଜ୍ୟରେ
33m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର