ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା ପୋଲିସ
by Argus News
Fri, Apr 12 | 7:47 p.m.

ଅର୍ଗସ ବ୍ୟୁରୋ: ବରଗଡ଼ ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁ । ଜଣେ ଗଞ୍ଜେଇ ବେପାରୀ ନାନୁ ସାହୁକୁ ଧରିବା ପାଇଁ ଏଠି ଶୁକ୍ରବାର ଭୋର ସମୟରେ ଚଢ଼ାଉ କରିଥିଲା ପୋଲିସ। ପୋଲିସ ଟିମର ନେତୃତ୍ବ ନେଉଥିଲେ ଝାରବନ୍ଧ ଥାନା ଅଧିକାରିଣୀ ସୁଚିସ୍ମିତା ମହାନ୍ତି। ସମ୍ପୃକ୍ତ ଗଞ୍ଜେଇ ବେପାରୀକୁ ଭ୍ୟାନରେ ବସାଇ ଆଣିବା ବେଳେ ପୋଲିସ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଅଭିଯୁକ୍ତର ପରିବାର ଲୋକେ। ଅଭିଯୁକ୍ତକୁ ଫେରାର୍ କରାଇବା ସହ ମହିଳା ଥାନା ଅଧିକାରୀଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ତାଲା ପକାଇଦେଲେ। ପଥର, ଠେଙ୍ଗାରେ ପୋଲିସ ଟିମ୍ ଉପରେ କଲେ ଆକ୍ରମଣ। ପୋଲିସ ଗାଡ଼ି ବି ଭଙ୍ଗାରୁଜା କଲେ l

ଏ ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏଠି ପୋଲିସ ଅସୁରକ୍ଷିତ। ଇଏ 25 ବର୍ଷର ବିଜେଡି ସରକାରର ଉପଲବ୍ଧି । 

ବିଜେଡି ଶାସନରେ ଅପରାଧୀଙ୍କ ଦୌରାତ୍ମ୍ୟ ଏତେ ବଢ଼ିଲାଣି ଯେ ବାରମ୍ବାର ପୋଲିସ ବାହିନୀ ଉପରେ କରୁଛନ୍ତି ଆକ୍ରମଣ। ଆହୁରି ସାଂଘାତିକ କଥା ହେଲା ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ପୋଲିସ । ଏ ଘଟଣା ଗତ ଫେବ୍ରୁଆରୀ ମାସର। ବାଲେଶ୍ବର ଜିଲ୍ଲା ଭୋଗରାଇ ସାହାବାଜିପୁର ପଞ୍ଚାୟତ ଉଦୟପୁର ଗାଁରେ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନ। 

ନାଇଟ୍ ପାଟ୍ରୋଲିଂରେ ଯାଇଥିବା ଥାନା ଅଧିକାରିଣୀ ଗାଁର ଜଣେ ଦୋକାନୀକୁ ଦୋକାନ ବନ୍ଦ କରିବାକୁ କହିବାରୁ ତାଙ୍କୁ ଜବରଦସ୍ତ ଦୋକାନ ଘରେ ବନ୍ଦ କରିଦେଇଥିଲେ କିଛି ଦୁର୍ବୃତ୍ତ। ଆକ୍ରମଣରେ ଆହତ ହୋଇଥିଲେ ପୋଲିସ ଭ୍ୟାନ୍ ଚାଳକ। ସାମ୍ବାଦିକଙ୍କୁ ଫୋନ୍ କରି ସହାୟତା ମାଗିବା ପରେ ଉଦ୍ଧାର ହୋଇଥିଲେ ଥାନା ଅଧିକାରିଣୀ । ଏ ଦୁଇଟି ଘଟଣା ପ୍ରମାଣିତ କରୁଛି ଓଡ଼ିଶାରେ ସୁରକ୍ଷିତ ନୁହେଁ ମହିଳା ପୋଲିସ। କିନ୍ତୁ ମହିଳା ସମ୍ମାନର ଡିଣ୍ଡିମ ପିଟୁଛନ୍ତି ବିଜେଡି ସରକାର।
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍