ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ
by Argus News
Fri, Mar 01 | 2:19 p.m.

ଭୁବନେଶ୍ୱର: ଦହିଵରା ନାଁ ଶୁଣିଲେ କାହାକୁ ଵା ଭଲ ନଲାଗେ । ନାଁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି । ଦହିଵରା କଥା ଆସିଲେ ଛୋଟ ପିଲାଠୁ ଆରମ୍ଭ କରି ଵୁଢା ଵୁଢୀ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସଵୁ ସମୟରେ ଦହିଵରା ଖାଇଵାକୁ  ଲୋକେ ପସନ୍ଦ କରିଥାନ୍ତି । ଓଡିଶାରେ ପ୍ରତ୍ୟେକ ସ୍ଥାନରେ ଦହିବରା ଆଳୁଦମ୍ ମଧ୍ୟ ମିଳିଥାଏ । ହେଲେ କଟକ ଦହିବରା ପାଇଁ ପ୍ରସିଦ୍ଧି ଲାଭ କରିଛି । ଆଜି ହେଉଛି ବିଶ୍ୱ ଦହିବରା ଓ ଆଳୁଦମ ଦିବସ ।  

ଏହି ଉପଲକ୍ଷେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକେ ଦହିବରା ଖାଇ ଦହିଵରା ଆଳୁଦମ ଦିଵସ ମନାଉଛନ୍ତି । ଵିଭିନ୍ନ ସ୍ଥାନରେ ଲୋକମାନେ ଦହିଵରା ଆଳୁଦମ୍ ଖାଇ ଏହି ଦିଵସ ମନାଇଛନ୍ତି । କିନ୍ତୁ କଟକରେ ମିଳୁଥିଵା ଦହିବରାର ସ୍ୱାଦ ଟିକେ ନିଆରା । ଏଠାକାର ଲୋକ  ଦହିଵରା ଆଳୁଦମକୁ ଖୁଵ୍ ଭଲପାଆନ୍ତି । ସେଥିପାଇଁ ତ କଟକର ମିଳୁଥିଵା ଦହିବରା ଵିଶେଷ ଖ୍ୟତି ଅର୍ଜନ  କରିଛି । କଟକ ବିଡାନାସୀର ରଘୁ ଦହିବରା ଖାଲି ଯେ କଟକ ତା ନୁହେଁ ପୁରା ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଖୁବ ଖ୍ୟାତି ଲାଭ କରିଛି । ରଘୁ ଦହିବରା ଖାଇବାକୁ ଲୋକଙ୍କ ମନରେ ଏକ ପ୍ରକାର ଉତ୍କଣ୍ଠା ଦେଖିବାକୁ ମିଳିଥାଏ । କଟକିଆଙ୍କ ପାଇଁ ଦହିବରା ଯେ ଖାଲି ଏକ ଖାଦ୍ୟ ତାହା ନୁହେଁ ଦହିବରା ଏକ ଇମୋସନ୍ ।  

ଯିଏ ଥରେ ଦହିଵରାର ମଜା ନେଇଛି, ସେ ଵାରମ୍ଵାର ଏହାକୁ ଖାଇବାକୁ ଇଛା କରିଥାଏ । ହେଲେ ଖରା ଦିନ ଆସିଲେ  ଦହିପାଣିରେ ଭିଜା ଯାଇଥିଵା ଵରା ସାଙ୍ଗକୁ ଆଳୁଦମ୍ । ଏହାସହ ପାଆଜ,ସେଓ ଓ ପୁଦିନା ଚଟଣି , ଖାଇଵା ପରେ  ରାଗ ଦହିପାଣି ପିଇ ମଜା ନେଇଥାନ୍ତି ଲୋକେ ।

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍