ଖାଦ୍ୟରେ ସାମିଲ କରନ୍ତୁ ଏହି ପରିବା, ନିୟନ୍ତ୍ରଣରେ ରହିବ ଆପଣଙ୍କ ରକ୍ତଚାପ
by Argus News
Mon, May 06 | 4:05 p.m.

ଅର୍ଗସ ବ୍ୟୁରୋ:  ଚିନ୍ତା ବଢ଼ାଉଛି କି ଉଚ୍ଚ ରକ୍ତଚାପ। ଧମନୀରେ ରକ୍ତଚାପ ବୃଦ୍ଧି ହେତୁ ମଣିଷ ଉଚ୍ଚ ରକ୍ତଚାପ ଶିକାର ହୋଇଥାଏ। କିପରି ଏହାକୁ ନିୟନ୍ତ୍ରଣରେ ରଖିବେ ଜାଣନ୍ତୁ। ଆଧୁନିକ ଯୁଗରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ରୋଗର ମୁଖ୍ୟ କାରଣ ହେଉଛି ଚାପ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ। ପ୍ରତିଦିନ ଟମାଟୋ ରସ ପିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଉଚ୍ଚ ରକ୍ତ ଚାପ କମିବ । ଟମାଟୋରେ ଆଲଫା, ବିଟା, ଲ୍ୟୁଟିନ୍‌ ଏବଂ ଲାଇକୋପିନ୍ କାରୋଟିନଏଡ୍ ଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ଅନ୍ୟାନ୍ୟ କାରୋଟିନଏଡ ତୁଳନାରେ ଲାଇକୋପିନ୍‌ରେ ସର୍ବାଧିକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି।  ଟମାଟୋରେ ଭିଟାମିନ୍-ଏ, ସି ଏବଂ ଇ ରହିଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରର ବିଭିନ୍ନ ଅଙ୍ଗକୁ ସୁରୁଖୁରୁରେ କାମ କରିବାରେ ସାହାଯ୍ୟ କରେ। ଏଥିପାଇଁ ନିୟମିତ ଖାଦ୍ୟରେ ଟମାଟୋକୁ ସାମିଲ୍‌ କରିବା ଅତ୍ୟନ୍ତ ଜରୁରୀ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଉଚ୍ଚ ରକ୍ତଚାପରୁ ଆଶ୍ୱସ୍ତି ମିଳିଥାଏ।ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଟମାଟୋ ରସକୁ ପ୍ରତିଦିନ ଲୁଣ ବିନା ଖାଇବା ଉଚିତ୍। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଟମାଟୋ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ ଅଟେ।

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର: 

ପଞ୍ଚମ ପର୍ଯ୍ୟାୟ
8m ago
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କଲେ ବଲିଉଡ ସେଲିବ୍ରିଟି
ଅର୍ଗସ ବ୍ୟୁରୋ: ଆଜି ସକାଳୁ ପଞ୍ଚମ ପର୍ଯ୍ୟାନ ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟ୍‌ ଦେଉଛି ଦେଶ। ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକ
କାର
19m ago
ଖରାରେ ଛିଡା ହୋଇଥିବା କାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ
ନୂଆଦିଲ୍ଲୀ: ହୋଇପାରେ ବିସ୍ଫୋରଣ। ଖରାରେ ଛିଡା ହୋଇଥିବା କାରରେ ଯଦି ଏହି ୫ ଟି ଜିନିଷ ରଖୁଛନ୍ତି ତେବେ ଆପଣଙ୍କ କାରରେ ବିସ୍ଫୋରଣ ଘଟିପାରେ। ଏହି ୫ଟି ଜିନିଷକୁ କେବେବ
ଏମ୍ସରୁ ସୁସ୍ଥ ହୋଇ
34m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ