ଏମିତି କଲେ ଦାନ୍ତ ସାଙ୍ଗେ ସାଙ୍ଗେ ସଫା
by Argus News
Sat, May 04 | 1:38 p.m.

ଅର୍ଗସ ବ୍ୟୁରୋ : ହସ ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ଦାନ୍ତ ସୁନ୍ଦର ଥାଏ । କଣ ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତକୁ ସଫା ରଖିବାକୁ କରନ୍ତୁ ଏହି ଉପାୟ । ଆପଣଙ୍କ ଦାନ୍ତ ହଳିଦିଆ ଥିଲେ ସାମ୍ନା ବାଲାକୁ ଖରାପ ଲାଗିବା ସହ ଆପଣଙ୍କର ଇଚ୍ଛାଶକ୍ତିକୁ କମ କରିଥାଏ । ଦାନ୍ତରେ ପ୍ଲେକ୍ ଏବଂ ଟାଟାର୍ ଜମା ହୋଇଥିଲେ ଦାନ୍ତ ଦେଖିବାକୁ ଖରାପ ଲାଗିବା ସହ ପାଟିରୁ ଦୁର୍ଗନ୍ଧ ବାହାରେ । 
ଅନେକ ଲୋକ ଅଛନ୍ତି ଦୁଇ ଥର ବ୍ରସ୍ କରିବା ପରେ ମଧ୍ୟ ଦାନ୍ତର ହଳଦିଆପଣ ସମସ୍ୟାରୁ ମୁକ୍ତି ପାଆନ୍ତି ନାହିଁ । ଖାଲି ବ୍ରସ୍ କରିବା ଦ୍ଵାରା ଏହି ହଳଦିଆପଣ ସମସ୍ୟାର ସମାଧାନ ମିଳିବା ନାହିଁ । ଦାନ୍ତ ହଳଦିଆ ପଡିବାର ଅନେକ କାରଣ ଥାଏ । ଭଲକରି ବ୍ରସ ନକରିବା ଓ ଏହା ସହ ହଳଦିଆ ପଡିବାର ବଂଶାନୁଗତ କାରଣ ରହିଥାଏ । ପାଣି ପିଇବାର ମାତ୍ରା କମ୍ ହେଲେ ଦାନ୍ତ ହଳଦିଆ ପଡିବାର ସମ୍ଭାବନା ଥାଏ । 

ଅଧିକ ଜାଣିବା ପାଇଁ ପଢନ୍ତୁ ଭାରତ ଖବର 


ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଟୁଥପେଷ୍ଟ ଦାନ୍ତ ସଫା ରଖିବାର ଗ୍ୟାରେଣ୍ଟି ଦିଅନ୍ତି । କିନ୍ତୁ ସତରେ କଣ ତାହା ଦାନ୍ତ ସଫା କରେ ? ଏଥି ସହିତ, ଦନ୍ତ ଚିକିତ୍ସକଙ୍କ ନିକଟରେ ଦାନ୍ତ ସଫା କରିବା ଦ୍ଵାର ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଏସବୁ ସମାଧାନ କେବଳ ଗୋଟିଏ ମାତ୍ର ଆପଣ ଘରୋଇ ଉପଚାର ମାଧ୍ୟମରେ ଦାନ୍ତକୁ ସଫା କରନ୍ତୁ । 
କେମିତି କରିବେ ଦାନ୍ତ ସଫା ?
ଦାନ୍ତର ହଳଦିଆପଣ ଦ୍ଵର କରିବାକୁ ଅଦା ରସ ସହ ଲୁଣ ମିଶାଇ ବ୍ୟବହାର କରିପାରିବେ । ଅଦାରେ ଏମିତି ତତ୍ତ୍ଵ ଅଛି, ଯାହା ଦାନ୍ତ ସଫା କରିବାରେ ସହାୟକ ହୋଇଥାଏ । ଲୁଣ ମଧ୍ୟ ଦାନ୍ତରେ ଜମିଥିବା ଅସନାକୁ ସଫା କରିବାରେ ଲାଭଦାୟୀ ହୋଇଥାଏ । ଅଦା ରସ ସହ ଲୁଣ ମିଶାଇ ଦାନ୍ତରେ ବ୍ୟବହାର କରନ୍ତୁ । ଏହି ଉପଚାରକୁ ଚାରି ସପ୍ତାହରେ ଦିନକୁ ଥରେ ଲଗାଇବା ଦ୍ଵାରା ହଳଦିଆ ଦାନ୍ତ ସମସ୍ୟା ଚୁଟକିରେ ଦ୍ଵର କରିପାରିବେ ।  


 

୪୭ନଂ ବୁଥରେ
12m ago
୪୭ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ। ବୁ
DHARMENDRA
16m ago
ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଦେଓଲ ପରିବାର
ଅର୍ଗସ ବ୍ୟୁରୋ: ଭୋଟ ଦେଲେ ଦେଓଲ ପରିବାର। ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ବଲିଉଡ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷ ବୟସରେ ମଧ୍ୟ ଭୋଟ ଦେବାକୁ ମତଦା
ନିର୍ବାଚନ ସମୟରେ
26m ago
ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ
ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବ