ରାମ ନବମୀ ପ୍ରସ୍ତୁତି ସମୀକ୍ଷା କଲେ ଯୋଗୀ ଆଦିତ୍ୟନାଥ
by Argus News
Fri, Mar 15 | 3:08 p.m.

ଅର୍ଗସ ବ୍ୟୁରୋ: ରାମ ନବମୀରେ 24 ଘଣ୍ଟା ମିଳିବ ରାମଲାଲାଙ୍କ ଦର୍ଶନ । ଅଯୋଧ୍ୟା ରାମ ମନ୍ଦିରରେ ରାମମବମୀର ପ୍ରସ୍ତୁତି ସମୀକ୍ଷା କରୁଥିବାବେଳେ ବରିଷ୍ଠ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଷ୍ଟମୀ, ନବମୀ ଓ ଦଶମୀରେ ରାମ ମନ୍ଦିରରେ 24 ଘଣ୍ଟିଆ ଦର୍ଶନ ଓ ପୂଜା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

ଚଳିତ ବର୍ଷ ରାମ ନବମୀରେ ରାମଲାଲାଙ୍କ ଦର୍ଶନ ପାଇଁ ଅଧୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଭକ୍ତ ଯେମିତି ଦର୍ଶନରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ପୂଜା ପାଠ ସମୟରେ ମନ୍ଦିରର ଦ୍ୱାର ବନ୍ଦ କରାଯାଉ । ଅନ୍ୟ ସମୟରେ ଖୋଲା ରହୁ । ଯ ଦ୍ୱାରା ବିନା କୌଣସି ଦ୍ୱିଧାରେ ଭକ୍ତମାନେ ରାମଲାଲାଙ୍କ ଦର୍ଶନ କରିପାରିବେ ।  

ସହରରେ ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଯୋଗାଣ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ଉତ୍ତାପ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରି ଏହି ଉଦ୍ୟମ ପାଇଁ ନଗର ଉନ୍ନୟନ ବିଭାଗ ସହ ସମନ୍ୱୟର ଆବଶ୍ୟକତା ଉପରେ ଅଲୋଚନା କରିଛନ୍ତି । 

ଆହୁରି ପଢନ୍ତୁ ଭାରତ ଖବର...
 

PM
27m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
41m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍