ତେବେ ଆପଣ ଯଦି ନୂଆ ଏସି କିଣିବାକୁ ଚାହୁଁଛନ୍ତି ଏସବୁ କଥାକୁ ଧ୍ୟାନରେ ରଖନ୍ତୁ। ଖରା ଦିନ ଆସିଲେ ଏସିର ଡିମାଣ୍ଡ ବଢ଼ିଯାଏ। କିଛି ଲୋକ ଅଛନ୍ତି ଖରାଦିନ ଆସିଲେ ଏସି କିମ୍ବା କୁଲର ନିଶ୍ଚିତ କିଣିଥାନ୍ତି। ସେଥିପାଇଁ ଆପଣ ଯେତେବେଳେ ଏସି କିଣିବାକୁ ଯାଉଛନ୍ତି ନିଶ୍ଚିତ ଏସବୁ ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ। ଏସି କିଣିଲା ବେଳେ ଅଧିକ ଷ୍ଟାର ରେଟିଙ୍ଗ ଥିବା ଏସି କିଣନ୍ତୁ। ଏହାଦ୍ବାରା ବିଜୁଳି ଅପଚୟ କମ ହୁଏ। ଘର ସାଇଜକୁ ଦେଖିକି ଆପଣ ଏସି କିଣନ୍ତୁ।
ଆଉ ଯଦି ଆପଣ ଏସି କିଣୁଛନ୍ତି ତେବେ ଇନଭର୍ଟର ଏସି କିଣନ୍ତୁ ଏହା ନନ ଇନଭର୍ଟର ଏସି ଅପେକ୍ଷା କମ ବିଜୁଳି ଖର୍ଚ୍ଚ ହୋଇଥାଏ। ଏବଂ ବିଦ୍ୟୁତ ବିଲ କମ ଆସିଥାଏ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବ୍ରାଣ୍ଡ ଦେଖିକି ଏସି କିଣନ୍ତୁ। ବ୍ରାଣ୍ଡ ନ ଥିବା ଏସି କିଣନ୍ତୁ ନାହିଁ। ନଚେତ ଆପଣ ଘାଟାରେ ପଡ଼ି ପାରନ୍ତି।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର