ନିର୍ବାଚନ ସମୟରେ ଫେକ୍ ଫଟୋ ଦେଖାଇ ମିଛ ପ୍ରଚାର କରିବା ନିର୍ବାଚନ ଆଚରଣବିଧିର ଉଲଂଘନ। ସମ୍ବଲପୁରରୁ ପରାଜୟ ଭୟରେ ପ୍ରଣବ ପ୍ରକାଶ ଏପରି ମିଛର ସାହାରା ନେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଜଣଙ୍କ ମିଛ ପ୍ରଚାରର ସାଥ୍ ଦେବାକୁ ମଇଦାନକୁ କୁଦିପଡ଼ଲେ ବିଜେଡି ଆଉ ଜଣେ ବାହାପିଆ ମୁଖପାତ୍ର। କହିଲେ ଜାତୀୟ ରାଜପଥ 55 ଯୋଗୁଁ କୁଆଡେ୍ ଭାରତ ବିଖ୍ୟାତ ଲକ୍ଷ୍ମୀ ବସଗୁଡ଼ିକ ଚଳାଚଳରେ ଅସୁବିଧା ହେଉଛି । ଯୋଜନାର ବସଗୁଡିକ ଖରାପ ହୋଇଯାଉଛି। ହେଲେ ସସ୍ମିତ ବାବୁ ହିସାବ ଦେବେ କି ରାସ୍ତା ନଥିବା ଯୋଗୁଁ ଓଡ଼ିଶାର କେତେ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି।
ସମ୍ବଲପୁର-ଅନୁଗୁଳ- କଟକ 55 ନମ୍ବର ଜାତୀୟ ରାଜପଥର 262 କିଲୋମିଟରରୁ 220 କିଲୋମିଟର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇସାରିଛି। ଅର୍ଥାତ 83 ପ୍ରତିଶତ ରାସ୍ତା କାମ ଶେଷ ହୋଇଛି। ଯେଉଁ ରାସ୍ତା ହୋଇପାରିନି ସେଥିରେ ବାଧକ ସାଜିଛି ଜଙ୍ଗଲ ଜମି ଅନୁମତି। ଯାହାକି ରାଜ୍ୟ ସରକାରଙ୍କ ଅଧିନରେ। ଏବେ ପ୍ରଶ୍ନ ଉଠୁଛି ସତ ଧରାପଡ଼ିବା ପରେ ଯଦି ଟିକିଏ ବି ଲଜ୍ଜା ବାକିଅଛି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ପ୍ରାର୍ଥନା କରିବେ କି ପ୍ରଣବ ପ୍ରକାଶ ଦାସ।
ଅଧିକ ପଢ଼ନ୍ତୁ ଓଡିଶା ଖବର: