ଖାଲି ଏତିକି ନୁହେଁ, ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ଆଇନ ମନ୍ତ୍ରୀ ତଥା ବିଷମକଟକ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ଏବଂ ବିଜେଡି ସଙ୍ଗଠନ ସମ୍ପାଦକ ତଥା ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସହ ଫଟୋ ଉଠାଇଛନ୍ତି ଏହି ପୋଲିସ କର୍ମଚାରୀ ମାନେ । ପୋଲିସ ବାବୁଙ୍କ ବିଜେଡି ପ୍ରେମ ଆଦର୍ଶ ଆଚରଣ ବିଧିକୁ ଉଲଙ୍ଘନ କରୁଛି । ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ପୋଲିସ ଅଧିକାରୀ ମାନେ ନିର୍ବାଚନକୁ ବିଜେଡି ସପକ୍ଷରେ କରିବା ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଛି ଦଳ ।
ବ୍ରହ୍ମପୁରରେ ପ୍ରାର୍ଥୀଙ୍କ ସହ ଦଳୀୟ ପତାକା ଧରି ହାବିଲଦାର ସଂଘରେ ଥିବା କିଛି ପୋଲିସ କର୍ମଚାରୀ `ନବୀନ ବାବୁ ଆମେ ତୁମ ଫ୍ୟାନ' ଗୀତ ବଜାଇ ନାଚୁ ଥିବାର ଭିଡିଓ ଭାଇରାଲ ହେଉଛି । ତେଣୁ ଏହି ପୋଲିସ କର୍ମଚାରୀ ମାନେ କିଭଳି ନିରପେକ୍ଷତା ଅବଲମ୍ବନ କରିବେ ବୋଲି ପ୍ରଶ୍ନ କରିଛି ବିଜେପି । ତେଣୁ ଏହି ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି ବିଜେପି ।
ତେବେ ପୋଲିସ କର୍ମଚାରୀମାନେ ଏମିତି ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ କେବେ ଏବଂ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା ଉପରେ ରହିଛି ନଜର ।
ଆହୁରି ପଢନ୍ତୁ ଓଡିଶା ଖବର...