ମିଳିତ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ଏନ୍କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଛି । ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଛି । ଏହି ଏନକାଉଣ୍ଟର ଗରିଆବନ୍ଧ ଜିଲ୍ଲା ମୈନପୁରର ସୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହାଯାଉଛି ।
ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ବଡ଼ ସଫଳତା ମିଳିଛି । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ମିଳିତ ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି ।
ମିଳିତ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ଏନ୍କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଛି । ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଛି । ଏହି ଏନକାଉଣ୍ଟର ଗରିଆବନ୍ଧ ଜିଲ୍ଲା ମୈନପୁରର ସୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହାଯାଉଛି ।
ଅର୍ଗସ ବ୍ୟୁରୋ: ଦିନକୁ ଦିନ ତାତି ବଢ଼ି ବମି ଚାଲିଛି। ଏଭଳି ସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ। ଯଦି ଆପଣ କାରରେ ବି ବାହାରକୁ ଯାଉଛନ୍ତି, ତେବେ ତଥାପି ବି ଆପଣ ସତର୍କ ହୋଇଯାଆନ୍ତୁ । ଏହାସହ କାରେ ଛାଡିକି ଯାଆନ୍ତୁ ନାହିଁ ନଚେତ ଆପଣଙ୍କ କାର ବ୍ଲାଷ୍ଟ ହେବାର ଅନେକ ସମ୍ଭାବନା ରହିଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନ ଜୀବନକୁ ଅସହ୍ୟ କରିଦେଇଛି । ଦେଶର କେତେକ ସ୍ଥାନରେ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ଟପିଯାଇଛି । ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ପରି ମହାନଗରୀରେ ପାର୍କିଂ ଏକ ବଡ ସମସ୍ୟା ଅଟେ । ଏଠାରେ ଅଧିକାଂଶ ଲୋକଙ୍କ ଲାଗି କଭରଡ୍ ପାର୍କିଂ ବ୍ୟବସ୍ଥା ନାହିଁ ତେଣୁ ଲୋକମାନେ ନିଜ କାର୍କୁ ଖରାରେ ରଖିବାକୁ ବାଧ୍ୟ ହୋଇଥାନ୍ତି । ଯଦି କାର୍ରେ ଆପଣ କିଛି ଖାସ୍ ଜିନିଷ ଛାଡି ଆସୁଛନ୍ତି ତେବେ ଏହା ବିସ୍ଫୋରଣ ଘଟିବାର ସମ୍ଭାବନା ରହିଛି । ଏହି ଜିନିଷ ଆପଣଙ୍କ କାର ଖରାରେ ଥିବାବେଳେ ରଖନ୍ତୁ ନାହିଁ।
ପରଫ୍ୟୁମ୍: ଏଥିରେ ଅଧିକ ମାତ୍ରାରେ ଆଲକୋହଲ୍ ରହିଥାଏ ଯାହା ଜ୍ୱଳନଶୀଳ ହୋଇଥାଏ । ଯଦି ଆପଣ ଏହାକୁ ଗରମ କାର୍ରେ ଛାଡୁଛନ୍ତି ଓ ସୂର୍ଯ୍ୟଙ୍କ କିରଣ ଏହା ଉପରେ ପଡୁଛି ତେବେ ବୋତଲ ଭିତରେ ଗ୍ୟାସ୍ ସୃଷ୍ଟି ହେବ । ଫଳରେ ବୋତଲରେ ବିସ୍ଫୋରଣ ହେବ ।
ସିଗାରେଟ୍ ଲାଇଟର: ସିଗାରେଟ୍ ପିଉଥିବା ଅଧିକାଂଶ ଲୋକ ଲାଇଟର ରଖିଥାନ୍ତି । ଲାଇଟରରେ ବି ଗ୍ୟାସ୍ ରହିଛି । ଅଧିକ ଉତ୍ତାପ କାରଣରୁ ଲାଇଟର ଫାଟିପାରେ ଓ ଏଥିରୁ ବି କାର୍ରେ ନିଆଁ ଲାଗିପାରେ ।
ହ୍ୟାଣ୍ଡ ସାନିଟାଇଜର: ଏଥିରେ ବି ପର୍ଯ୍ୟାପ୍ତ ମାତ୍ରାରେ ଆଲକୋହଲ ରହିଛି । ତେଣୁ ଏହାକୁ ଗରମ କାର୍ରେ ରଖିବା ବିପଦଜନକ ।
ତେବେ ସତର୍କ ହୋଇଯାଆନ୍ତୁ ଏବଂ ଆପଣଙ୍କ କାର ଖରାରେ ଥିବାବେଳେ ଏହିସବୁ ଜିନିଷ ରଖନ୍ତୁ ନାହିଁ କାର ଭିତରେ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଗରମ ଦିନରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଆଉ ଅଧିକ ଗରମ ହେଲେ ନାକରୁ ରକ୍ତ ବାହାରି ଥାଏ । ତେବେ ଏହାକୁ କିପରି ରୋକି ପାରିବେ ଆସନ୍ତୁ ଜାଣିବା ।
ଯଦି ଆପଣଙ୍କର ନାକରୁ ଅତି ଗରମ କାରଣରୁ ରକ୍ତ ବାହାରେ ତେବେ ମୁଣ୍ଡ ଉପରକୁ କରି ଶୋଇପଡନ୍ତୁ କିଛି ସମୟ ପରେ ରକ୍ତ ବାହାରିବା ବନ୍ଦ ହୋଇଯିବ । ଏହି ଭଳି କିଛି ସମୟ କରିବା ଦ୍ଵାରା ରକ୍ତ ବାହାରିବା ବନ୍ଦ ହେବ । ଏହା ହେବାର ମୂଳ କାରଣ ନାକ ଭିତରେ ଅଧିକ ସମୟ ସୁଖିଲା ରହିବା । ଏହି ଶୁଖିଲା ପଣକୁ ଦୂର କରିବା ପାଇଁ ସାଲାଇନ ଡ୍ରଫ ବ୍ୟବହାର କରନ୍ତୁ । ଖାଲି ସେତିକି ନୁହେଁ ଆହୁରି ଅଧିକ ଲାଭ ମିଳିବ ଯଦି ଆପଣ ରୁମରେ ଗ୍ୟାସ ଲଗେଇ ରଖିବେ ।
କୁହାଯାଏ କି ଯେତେବେଳେ ଆପଣଙ୍କ ନାକରୁ ରକ୍ତ ବାହାରେ ସେତେବେଳେ ଥଣ୍ଡ ଜାଗାରେ ବସି ନିଜ ଶରୀରକୁ ଶାନ୍ତ କରନ୍ତୁ । ଅନେକ ସମୟରେ କୁହାଯାଏ କି ନରର୍ଭସନେସ ମଧ୍ୟ ଟ୍ରିଗର ଭଳି କାମ କରିଥାଏ । ରକ୍ତ ବାହାରିବା ଟିକେ କମ ହେବା ପରେ ନାକରେ ଆଙ୍ଗୁଳି ପୁରାନ୍ତୁ ନାହିଁ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :
ଯଦି ଆପଣଙ୍କ ନାକ ସବୁବେଳେ ଶୁଖିଲା ରହୁଛି ତେବେ ନାକରେ ପ୍ରତିଦିନ ପେଟ୍ରଲିୟ ଜେଲ ବ୍ୟବହାର କରନ୍ତୁ । ଯଦି ଏହି ପରି ବରମ୍ଵାର ହୁଏ ତେବେ ଡାକ୍ତରଙ୍କ ସହ ପରାର୍ମଶ କରନ୍ତୁ ।
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ହାଇୱା-ପଲସର ମୁହାଁ ମୁହିଁ ଧକ୍କା ହେବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ପଲସରରେ ୪ଜଣ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଦୁଇ ଜଣ ଗୁରୁତରଙ୍କୁ ଗଁନ୍ଦିଆ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ ସ୍ଥାନାନ୍ତର ପାଇଁ ଘଣ୍ଟା ଘଣ୍ଟା ପରେ ମଧ୍ୟ ୧୦୮ ମିଳୁ ନ ଥିବା ସୂଚନା ମିଳୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର