କର୍ଣ୍ଣାଟକର ଦୁଇଟି ଗ୍ରାମ- ଅଟ୍ଟୋର ଏବଂ କୋଡେଟ୍ଟୁରରେ କାହିଁ କେଉ କାଳରୁ ଏକ ପରମ୍ପରା ଭାବରେ ଅଗ୍ନିକେଲି ଖେଳାଯାଇଥାଏ। ଖେଳାଳି ମାନେ ଦୁଇଟି ଗୋଷ୍ଠିରେ ବିଭକ୍ତ ହୋଇଥାନ୍ତି। ଏହାର ନିୟମ ହେଉଛି ଜଣେ ବ୍ୟକ୍ତି ତା ପ୍ରତିପକ୍ଷକୁ ୫ଥର ପର୍ଯ୍ୟନ୍ତ ନିଆଁ ଫୋପାଡ଼ିପାରିବ। ଷଷ୍ଠ ଥର ବେଳକୁ ତାଙ୍କୁ ଖଜୁରି ଡ଼ାହି ପରିତ୍ୟାଗ କରିବାକୁ ପଡ଼ିଥାଏ। କେହି କାହାକୁ ଟାର୍ଗଟ୍ କରିପାରିବେ ନାହିଁ। ପ୍ରାୟ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ଖେଳ ଲାଗିରହିଥାଏ। ତେବେ ଏଥିରେ ସାମିଲ ହେବା ପାଇଁ ଲୋକେ ଆଠ ଦିନ ପାଇଁ ଉପବାସ ରଖିବା ସହିତ ମାଂସ ଏବଂ ମଦ୍ୟପାନରୁ ନିବୃତ୍ତ ରୁଅନ୍ତି ।
ତେବେ ଆମେ ଦେଖିଛେ ଭାରତରେ ଏମିତି ବହୁତ ଗୁଡ଼ାଏ ପରମ୍ପରା ରହିଛି ଯାହା ଦେଖିବାକୁ ଖୁବ୍ ଭୟଙ୍କର ହୋଇଥାଏ। ଶ୍ରଦ୍ଧା ଏବଂ ଭକ୍ତିରେ ବିଭୋର ହୋଇ ଭକ୍ତ ମାନେ ଏହି ସବୁ ପରମ୍ପରା ତୁଲାଇଥାନ୍ତି। ଯେଉଁଠି ବାକି ସମୟରେ ନିଆଁ ଠାରୁ ସବୁବେଳେ ଦୂରେଇ ରୁହନ୍ତି ସେଠି ନିଆଁ ସହିତ ଖେଳିବାକୁ ବି ଲୋକେ ଡ଼ରନ୍ତି ନାହିଁ। ନିଜ ମାନସିକ ପୂରଣ କରିବା ପାଇଁ ନିଆଁରେ ଚାଲି ବି ଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ମାଙ୍କ ଆର୍ଶୀବାଦରୁ କେବେ କାହାର କିଛି ହାନି ହୁଏନାହିଁ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର