ଅଘୋରୀ ମଶାଣିରେ ରୁହନ୍ତି ଏବଂ ଶବ ଉପରେ ବସି ତନ୍ତ୍ର ସାଧନା କରିଥାନ୍ତି। କୁହାଯାଏ 12 ବର୍ଷ ପର୍ଯ୍ୟନ୍ତ ମଶାଣିରେ ତପସ୍ୟା କଲେ ହିଁ ଜଣେ ଅଘୋରୀ ହେଇପାରିବ | ସେମାନେ ବହୁତ ଧୁମ୍ରପାନ କରିଥାନ୍ତି| ଅଘୋରୀଙ୍କ ଅନୁଯାୟୀ ଗଞ୍ଜେଇ ଟାଣିବା ଦ୍ୱାରା ସେମାନଙ୍କ ସାଧନା ଆହୁରି ଶକ୍ତିଶାଳୀ ହୋଇଥାଏ। ଏମାନେ ବଳିଦାନର ପରମ୍ପରାକୁ ଅନୁସରଣ କରନ୍ତି | ଅଘୋରୀ ବିଶ୍ୱାସ କରନ୍ତି ଯେ ପଶୁକୁ ବଳି ଦେବା ପରେ ସେମାନେ ମୁକ୍ତି ପାଆନ୍ତି ଏବଂ ପୁନର୍ବାର ପଶୁ ଜନ୍ମ ନିଅନ୍ତି ନାହିଁ. ଏହା ମଧ୍ୟ କୁହାଯାଏ ଯେ ସେମାନେ ମାନବ ମୃତ ଶରୀରର କଞ୍ଚା ମାଂସ ଖାଆନ୍ତି ।
ଅଘୋରୀ କୌଣସି ଗୋଟିଏ ସ୍ଥାନରେ ସ୍ଥିର ହେଇକି ରୁହନ୍ତି ନାହିଁ । ବନାରସ ହେଉଛି ଏକମାତ୍ର ସହର ଯେଉଁଠାରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥା’ନ୍ତି । କାରଣ ଏହି ସହରରେ ଅଘୋରୀଙ୍କର ଏକ ମନ୍ଦିର ଅଛି । ଏହି ମନ୍ଦିରରେ ଗଂଜେଇ ଏବଂ ମଦ ଅର୍ପଣ କରାଯାଏ । ଅଘୋରୀ ଶିବଙ୍କର ଉପାସକ । ଶିବଙ୍କର ପାଞ୍ଚଟି ରୂପ ମଧ୍ୟରେ ଗୋଟିଏ ରୂପ ହେଉଛି 'ଅଘୋର' ।ଶିବଙ୍କୁ ଆରାଧନା କରିବା ପାଇଁ ଅଘୋରୀ ଶବ ଉପରେ ବସି ସାଧନା କରନ୍ତି । ସେଥିପାଇଁ ଶିବଙ୍କୁ ମଶାଣିର ଦେବତା ଭାବରେ ବିବେଚନା କରାଯାଏ।
ଅଘୋରୀ ମାନେ ମାନବ ଖପୁରୀକୁ ଏକ ପାତ୍ର ଭାବରେ ବ୍ୟବହାର କରିଥାନ୍ତି । ସେଥିପାଇଁ ତାଙ୍କୁ କପାଲିକ୍ ମଧ୍ୟ କୁହାଯାଏ, ଅନେକ କାହାଣୀରେ କୁହାଯାଇଛି ଯେ ଥରେ ଶିବ ବ୍ରହ୍ମାଙ୍କ ମୁଣ୍ଡ କାଟି ଦେଇଥିଲେ,ଏହା ପରେ ସେ ମୁଣ୍ଡ ନେଇ ସମଗ୍ର ବ୍ରହ୍ମାଣ୍ଡରେ ବୁଲିଲେ। ଶିବଙ୍କର ଏହି ଧର୍ମର ଅନୁଗାମୀ ହୋଇ ଆଗୋରୀ ମଧ୍ୟ ନିଜ ସହିତ ନର ମୁଣ୍ଡ ରଖନ୍ତି । ଯେତେବେଳେ ଏକ ଆଗୋରୀର ମୃତ୍ୟୁ ହୁଏ ତାଙ୍କର ଶେଷ ରୀତିନୀତି କରାଯାଏ ନାହିଁ । ବରଂ ତାଙ୍କ ମୃତଦେହ ଗଙ୍ଗାକୁ ଫିଙ୍ଗି ଦିଆଯାଏ। ଏହା ପଛର କାରଣ ହେଉଛି ବିଶ୍ୱାସ କରାଯାଏ ଯେ ଏହା ଦ୍ୱାରା ତାଙ୍କର ସମସ୍ତ ପାପ ଧୋଇଯିବ। ସାଧାରଣ ଲୋକମାନଙ୍କ ପାଇଁ ଯେଉଁ ଜିନିଷ ଅସାଧାରଣ ଏବଂ ଗ୍ରହଣୀୟ ନୁହେଁ ସେହିସବୁ ହେଉଛି ଅଘୋରୀଙ୍କ ସାଧନାର ଏକ ଅଂଶ ।
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୁତି ଖବର