ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୁରା ଦେଶର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ମୋଦୀ ସରକାର । ଦେଶରେ ୬ କୋଟିରୁ ଅଧିକ ଲୋକ ଏହାର ସୁବିଧା ପାଇଛନ୍ତି । କିନ୍ତୁ ଓଡ଼ିଶାରେ ଏହାର ଲାଭ କେହି ପାଉନାହାନ୍ତି । କାରଣ ବିଜେଡି ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହିଁ । ବାହାର ରାଜ୍ୟରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଚିକିତ୍ସା ମିଳିପାରୁନାହିଁ । ଏଥିପାଇଁ ଦାୟୀ କିଏ ବୋଲି ପଚାରିଛନ୍ତି ମୋଦୀ।
ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ବିଜେପିର ତୁଙ୍ଗ ନେତା । ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢାଖୋଲ ସଭାରେ ସାଙ୍ଗରେ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାମାନେ ଲଗାତାର ଓଡ଼ିଶା ଗସ୍ତ କରୁଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ଶିବିରରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ଶନିବାରଠୁ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର । 2024 ସାଧାରଣ ନିର୍ବାଚନର 4ଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ଆଉ 3ଟି ପର୍ଯ୍ୟାୟ ଭୋଟିଂ ବାକି ରହିଛି । ପଞ୍ଚମ ପର୍ଯ୍ୟାୟରେ 8ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 49 ଟି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ମତଦାନ । ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଜମ୍ମୁ-କାଶ୍ମୀର ଓ ଲଦାଖରେ ଭୋଟ୍ ଗ୍ରହଣ ହେବ । ବିହାରର 5 ସିଟ୍, ଝାଡ଼ଖଣ୍ଡର 3 ସିଟ୍, ମହାରାଷ୍ଟ୍ର 13 ସିଟ୍, ଉତ୍ତରପ୍ରଦେଶର 14 ସିଟ୍, ପଶ୍ଚିମବଙ୍ଗ 7ସିଟ୍, ଓଡ଼ିଶା 5 ସିଟ୍ ଏବଂ ଜମ୍ମୁ-କାଶ୍ମୀର ଗୋଟିଏ ସିଟରେ ପଡ଼ିବ ଭୋଟ୍ ।
ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ନିଜ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା । ତେବେ ଏହି ସବୁ ସିଟ୍ ଭିତରୁ ବହୁ ହେଭିଓ୍ବେଟ ନିଜର ଭାଗ୍ୟ ପରୀକ୍ଷା କରିବେ । ମହାରାଷ୍ଟ୍ର ମୁମ୍ବାଇ ନର୍ଥରୁ ବିଜେପିରୁ ପିୟୁଷ ଗୋଏଲ, ଉତ୍ତପ୍ରଦେଶ ରାଏବରେଲୀରୁ ରାହୁଲ ଗାନ୍ଧୀ, ଲୌକ୍ଷ୍ନରେ ରାଜନାଥ ସିଂ, ଆମେଠିରୁ ସ୍ମୃତି ଇରାନୀ, ଜମ୍ମୁ-କଶ୍ମୀର ବାରମୁଳାରୁ ଉମର ଅବଦ୍ଦୁଲା ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ଆଉ 2 ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଡଙ୍କାରୀରେ ବେଆଇନ୍ ବିସ୍ଫୋରଣ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି । କଳାପଥର ତଳେ ପୋତି ହୋଇ 3 ଶ୍ରମିକଙ୍କ ଜୀବନ ଯାଇଛି । ବିଜେଡିର ୩ ବାହୁବଳୀ ବିଧାୟକଙ୍କ ଛତ୍ରଛାୟା ତଳେ ଚାଲିଛି ବେଆଇନ ଭାବେ ଡଙ୍କାରୀ ଲୁଟ୍ ।
ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ମାଟି ପଥର ଅତଡ଼ା ଖସି ଅନେକ ଶ୍ରମିକ ଫସିଥିବା ସନ୍ଦେହ କରାଯାଉଛି I ଗତ ବୁଧବାର ବିଳମ୍ବିତ ରାତିରେ ୱାଗନ ଡ୍ରିଲ କରୁଥିବା ବେଳେ ଡଙ୍କାରୀ ପାହାଡର 5/10 ଖାଦାନରେ ଘଟିଥିଲା ଅଘଟଣ I NDRFର 40 ଜଣିଆ ଦଳ ଉଦ୍ଧାର କାର୍ଯ୍ୟରେ ଏବେ ବି ଲାଗି ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ଅଛନ୍ତି I ସମସ୍ତ ମୃତ ଶ୍ରମିକ ଅନ୍ୟ ରାଜ୍ୟର ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: