ତେବେ ଆସନ୍ତୁ ଜାଣିବା ଆମର କେଉଁ ଭୂଲ ପାଇଁ ଫୋନର ବ୍ୟାଟାରୀରେ ସମସ୍ୟା ଆସିଥାଏ । ଗରମ ଦିନରେ ଫୋନରେ ଓଭରହିଟିଙ୍ଗର ସମସ୍ୟା ହୋଇଥାଏ। ଆଉ ଆପଣ ଏହା ଜାଣିଥିବେ ମଧ୍ୟ ଚାର୍ଜିଙ୍ଗ ସମସ୍ୟାରେ ମଧ୍ୟ ଫୋନ୍ ହିଟିଙ୍ଗ ହୋଇଥାଏ। ତେବେ ଯତେବେଳେ ଫୋନକୁ ଚାର୍ଜିଙ୍ଗରେ ବସାଉଛନ୍ତି ସେତେବେଳେ ମନେକରି ଫୋନରୁ କଭର ବାହାର କରିଦିଅନ୍ତୁ। କାରଣ କଭର କାରଣରୁ ହିଟ୍ ବାହାରକୁ ବାହାରି ଆସିପାରେନା। ତେଣୁ ବ୍ୟାଟେରୀ ହିଟ୍ ହେବାକୁ ଚାର୍ଜିଙ୍ଗ ମଧ୍ୟ ବନ୍ଦ ହୋଇଯାଇଥାଏ। ତେଣୁ କେବେ ବି ଫୋନ୍ ଚାର୍ଜ ସମୟରେ କଭର ସହ ବସାଅନ୍ତୁ ନାହିଁ। ଅନେକ ଥର ଲୋକମାନେ ଫୋନ ର ବ୍ୟାଟେରୀ ଏକଦମ କମ ହେବା ପରେ ଚାର୍ଜିଙ୍ଗରେ ବସାଇଥାନ୍ତି। ଯାହା ଏପରି କରିବା କଥା ନୁହେଁ। ଜାଣିବା ଦରକାର ଯେ ଫୋନରେ କେତେ ପର୍ରସେଣ୍ଟ ଚାର୍ଜ ଥାଇ ଚାର୍ଜ କରିବା ଦରକାର। ପ୍ରାୟତଃ ଲୋକମାନେ ଫୋନ ର ବ୍ୟାଟେରୀ ୧୦-୧୫% ହେବା ପରେ ଚାର୍ଜରେ ବସାଇଥାନ୍ତି। ଏହା କରିବାଦ୍ୱାରା ବ୍ୟାଟେରୀରେ ଖରାପ ପ୍ରଭାବ ପଡିଥାଏ। ଆଉ ଧିରେ ଧିରେ ବ୍ୟାଟେରୀ ନଷ୍ଟ ହୋଇଯାଇଥାଏ। ଫୋନ୍ କୁ ରାତିସାରା ଚାର୍ଜିଙ୍ଗରେ ବସାଇବା ଫୋନ୍ ପାଇଁ ଭଲ ହୋଇନଥାଏ।
ଅଧିକ ପଢନ୍ତୁ ଭାରତ ଖବର