କିନ୍ତୁ ସେ ସହଯୋଗ କରୁନାହାନ୍ତି, କୌଣସି ସଠିକ୍ ଉତ୍ତର ଦେଇନାହାନ୍ତି। କେଜରିୱାଲଙ୍କ ମୋବାଇଲରୁ ତଥ୍ୟ ବାହାର କରାଯାଇଛି ଓ ଏହାର ବିଶ୍ଳେଷଣ କରାଯାଉଛି ବୋଲି କହିଛି ଇଡି। ଆଉ କେଜରିୱାଲ ଆଉ 4 ଦିନ ଇଡି ରିମାଣ୍ଡରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିଓ୍ବାଲଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟ ଏ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ୟା ଭିତରେ ଦିଲ୍ଲୀ ଉପ-ରାଜ୍ୟପାଳ ବି କେ. ସକସେନା କହିଛନ୍ତି ଜେଲ ଭିତରୁ ଚାଲିବ ନାହିଁ ଦିଲ୍ଲୀ ସରକାର। କିନ୍ତୁ ଆପ୍ ପୁଣି ଦୋହରାଇଛି, କେଜ୍ରିଓ୍ବାଲ ହିଁ ରହିବେ ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ନୈତକତା ଦୃଷ୍ଟିରୁ କେଜରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି।
ମାର୍ଚ୍ଚ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ୨୨ ତାରିଖରୁ ୭ ଦିନ ଯାଏଁ ଥିଲା ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି। ଅନ୍ୟପଟେ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ କେଜରିୱାଲ କରିଥିବା ଆବେଦନ ଉପରେ ହୋଇନାହିଁ ଶୁଣାଣି। ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ମାମଲା ଉପରେ ଏପ୍ରିଲ ୩ ତାରିଖରେ ହେବ ଶୁଣାଣି।
ଆହୁରି ପଢନ୍ତୁ ଭାରତ ଖବର...